www.samajalive.in
Saturday, December 6, 2025
26.1 C
Bhubaneswar

ସରକାରଙ୍କୁ ଘାରିଛି ତାଳଗଛ ସଂରକ୍ଷଣ ଚିନ୍ତା; ବୌଦ୍ଧରେ ଲାଗିବ ୫୩ହଜାର ତାଳଚାରା

ହରଭଙ୍ଗା: ଜଳବାୟୁ ପରିବର୍ତ୍ତନ ଯୋଗୁ ଅସମୟରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରି ଅନେକ ଧନଜୀବନ ହାନୀ ଘଟୁଛି। ଏଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ଲକ୍ଷ୍ୟନେଇ ରାଜ୍ୟ ସରକାର ବନବିଭାଗ ସହଯୋଗରେ ଚଳିତବର୍ଷ ବ୍ୟାପକ ପରିମାଣରେ ତାଳଗଛ ବନୀକରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୮କୋଟି ତାଳଗଛ ବନୀକରଣ ଲକ୍ଷ୍ୟ ରଖାଯାଇଛି। ୨୦୨୪-୨୫ ଏବଂ ୨୦୨୫-୨୬ ଆର୍ଥୀକ ବର୍ଷରେ ରାଜ୍ୟ ରିଲିଫ ଆୟୁକ୍ତ ପାଣ୍ଠିରୁ ୭.୫୯କୋଟି ଟଙ୍କା ବ୍ୟୟରେ ୧୯ଲକ୍ଷ ତାଳଗଛ ବନୀକରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେହି ଅନୁସାରେ ଚଳିତବର୍ଷ ବୌଦ୍ଧ ବନଖଣ୍ଡ ପକ୍ଷରୁ ପୁରୁଣାକଟକ, ମାଧପୁର, ବୌଦ୍ଧ, କଣ୍ଟାମାଳ, ମନମୁଣ୍ଡା ଭଳି ୫ଟି ରେଞ୍ଜରେ ୫୩ହଜାର ତାଳଚାରା ଲଗାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିରୁ ପୁରୁଣାକଟକରେ ୮ହଜାର, ମାଧପୁରରେ-୧୫ହଜାର, ବୌଦ୍ଧରେ-୩୧୫୨, ମନମୁଣ୍ଡାରେ-୧୪ହଜାର, କଣ୍ଟାମାଳରେ-୧୨୮୪୮ ଟି ତାଳଚାରା ରୋପଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବିଭିନ୍ନ ରେଞ୍ଜ ପକ୍ଷରୁ ତାଳ ମଞ୍ଜି କ୍ରୟ ପ୍ରକିୟା ଆରମ୍ଭ ହୋଇଛି।

ବର୍ତମାନ ସୁଦ୍ଧା ୩୨ହଜାର ତାଳଚାରା ସଂଗ୍ରହ କରାଯାଇଥିବାବେଳେ ବିଭିନ୍ନ ରେଞ୍ଜ ପକ୍ଷରୁ ୧୦ହଜାର ଚାରା ରୋପଣ ସରିଥିବା ଜଣାପଡ଼ିଛି। ଉକ୍ତ ତାଳମଞ୍ଜିକୁ ସଂରକ୍ଷିତ ଜଙ୍ଗଲର ସୀମାନ୍ତରେ ଲଗାଯିବାକୁ ଲକ୍ଷ ରଖାଯାଇଛି। ସଂରକ୍ଷିତ ଜଙ୍ଗଲ ସୀମାନ୍ତରେ ତାଲଚାରା ରୋପଣ ଦ୍ୱାରା ସୀମାନ୍ତ ଅଂଚଳ ଚିହ୍ନଟରେ ସହଜ ହେବ। ଅନ୍ୟପଟେ ବଜ୍ରପାତ ପ୍ରଶମନ ସାଙ୍ଗକୁ ହାତୀମାନଙ୍କ ଆହାର ପାଇଁ ଏହା ବେଶ ସହାୟକ ହୋଇପାରିବ।ରାଜ୍ୟସରକାରଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଇଛି। ବର୍ତମାନ ବିଭିନ୍ନ ରେଞ୍ଜରେ ତାଳଚାରା ରୋପଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ସେହିପରି ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟର ସୀମାନ୍ତ ଅଂଚଳରେ ଚଳିତବର୍ଷ ୨୦ହଜାର ତାଳଚାରା ରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ବନ୍ୟପ୍ରାଣୀ ଅଭୟାରଣ୍ୟ ପକ୍ଷରୁ ତାଳଚାରା ରୋପଣ ପାଇଁ ମଞ୍ଜି ସଂଗ୍ରହ ସହିତ ରୋପଣକାର୍ଯ୍ୟ ହାତକୁ ନିଆଯାଇଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ତାଳଗଛ ସଂରକ୍ଷଣ ଉପରେ ନୂଆ ନିୟମ ଜାରି କରାଯାଇଛି। ରାଜ୍ୟରେ ଗତ ୧୨ବର୍ଷରେ ବଜ୍ରପାତରେ ୪ ହଜାର୪୭ ଜଣଙ୍କ ଜୀବନହାନୀ ଘଟିଥିବାବେଳେ ପ୍ରତିବର୍ଷ ୩୩୭ଜଣଙ୍କ ଜୀବନହାନୀ ଘଟୁଛି। ତେଣୁ ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ ଦିଗରେ ତାଳଗଛ ସଂରକ୍ଷଣ ଚିନ୍ତା ଏବେ ସରକାରଙ୍କୁ ଘାରିଛି। ଗୋଟିଏ ପଟେ ତାଳଗଛ ସଂରକ୍ଷଣ ଚିନ୍ତା ସରକାର କରୁଥିବାବେଳେ ବିଗତ ଦିନରେ ବୌଦ୍ଧ ଜିଲ୍ଲାରୁ ବାହାରରାଜ୍ୟ ଆନ୍ଧ୍ର ଏବଂ ତାମିଲନାଡୁକୁ ତାଳଗଛ ପଟା ଚାଲାଣ ହେଉଥିଲା। ତାଳ ଗଛ ସଂରକ୍ଷଣ ଦିଗରେ ନୂଆ ନିୟମ ପରେ ତାଳଗଛ କଟା ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଲକ୍ଷ ରଖଯାଇଛି।

- Advertisement -

 

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories