www.samajalive.in
Wednesday, December 10, 2025
26.1 C
Bhubaneswar

ଯାଜପୁର ସେତୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ: ୪ କୋଟି ୭୨ଲକ୍ଷ ଟଙ୍କା ବ୍ୟୟବରାଦ, ନିର୍ମାଣ କାର୍ଯ୍ୟ ଦେଢବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଅର୍ନ୍ତଗତ ଯାଜପୁର ଗ୍ରାମକୁ ସଂଯୋଗ ପାଇଁ ଲକ୍ଷ୍ମୀନାଳ ଉପରେ ନୂତନ ସେତୁ ନିର୍ମାଣକାର୍ଯ୍ୟ ପାଇଁ ମଙ୍ଗଳବାର ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ଓ ସୂଚନା ଲୋକସର୍ମ୍ପକ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ୭୨ଲକ୍ଷ ଟଙ୍କା ବ୍ୟୟବରାଦରେ ଏହାର ନିର୍ମାଣ କାର୍ଯ୍ୟ ଦେଢବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ବର୍ଷାଦିନେ ଯାତାୟତ ସମସ୍ୟା ଭୋଗୁଥିବା ଯାଜପୁର ଗାଁ ଲୋକଙ୍କୁ ପୁରୁଣାକଟକ ପଞ୍ଚାୟତ ସଦରମହକୁମାରୁ ରାସନ ସାମଗ୍ରୀ ସଂଗ୍ରହ ସହିତ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ଦୀର୍ଘ ୩କିଲୋମିଟର ରାସ୍ତା କମ୍ ପଡିବ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଗ୍ରାମ୍ୟଉନ୍ନୟନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ମହାପାତ୍ର, ସହକାରୀ ଯନ୍ତ୍ରୀ ବିଦ୍ୟାଧର ମହାନ୍ତି, ଯନ୍ତ୍ରୀ ବିଷ୍ଣୁଚରଣ ପାଢୀ ,ସାଂସଦଙ୍କ ପ୍ରତିନିଧି ବିଶ୍ୱଜିତ ପ୍ରଧାନ, ଯୁବ ବ୍ୟବସାୟୀ ଅଶୋକ କୁମାର ଅଗ୍ରଓାଲା ପ୍ରମୁଖ ଯୋଗଦେଇଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories