www.samajalive.in
Wednesday, December 10, 2025
26.1 C
Bhubaneswar

ପୋଖରୀ ଓ ଆଡ଼ିବନ୍ଧରେ ବୁଡି ୨ ମୃତ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନମସିଣାବିଲ୍ଲା ଗ୍ରାମର ମନମୋହନ ମହାନ୍ତଙ୍କ ପୁଅ ତ୍ରିଲୋଚନ ମହାନ୍ତ (୩୮) ଆଜି ପୋଖରୀକୁ ଗାଧେଇବାକୁ ଯାଇଥିବା ସମୟରେ ପୋଖରୀରେ ବୁଡିଯାଇ ପ୍ରାଣ ହରାଇଛନ୍ତି। ମନମୋହନଙ୍କର ମୂର୍ଚ୍ଛାବାତ ରୋଗ ଥିବାବେଳେ ଗାଧେଇବା ସମୟରେ ସେ ମୂର୍ଚ୍ଛା ଯିବାରୁ ପାଣିରେ ବୁଡ଼ି ଯାଇଥିଲେ, ଅନ୍ୟ ଲୋକ ଗାଧେଇବାକୁ ଆସିବା ସମୟରେ ୨୦ ନମ୍ବର ଜାତୀୟ ରାଜପଥ କଡ ଏହି ପୋଖରୀରୁ ତାଙ୍କୁ ଉଦ୍ଧାର କରି ଘଟଗାଁ ଡାକ୍ତରଖାନା ପଠାଇଥିଲେ। ହେଲେ ଡାକ୍ତର ତ୍ରିଲୋଚନଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଘଟଗାଁ ପୁଲିସ ଘଟଣାର ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପାଟଣା ଡାକ୍ତରଖାନା ପଠାଇଛି।

ସେହିପରି ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚିକିଣିଆ ଗ୍ରାମର ଜଣେ ବ୍ୟକ୍ତି ଗ୍ରାମ ନିକଟ ଆଡ଼ିବନ୍ଧରେ ବୁଡ଼ି ପ୍ରାଣ ହରାଇଛନ୍ତି। ଗତକାଲି ସନ୍ଧ୍ୟାରୁ ଚିକିଣିଆ ଗ୍ରାମର ସୂର୍ଗତ ଧନ୍ବନ୍ତରି ନାଏକଙ୍କ ପୁଅ ବଳରାମ (୪୭) ଘରୁ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହ ଆଡ଼ିବନ୍ଧ ପାଣିରେ ଭାସୁଥିବା ଦେଖାଯାଇଥିଲା। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣୀ ସେନ ବାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ମୃତକର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପାଟଣା ପଠାଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories