ହରଭଙ୍ଗା: ପମ୍ପ ଚାଳକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାର ଅଂଚଳରେ ଆଠଦିନ ହେଲା ପାଇପ୍ ଜଳ ଯୋଗାଣ ଠପ୍ ହୋଇଯାଇଥିଲା। ଏ ସର୍ମ୍ପକରେ ସମାଜରେ ଲଗାତାର ଖବର ପ୍ରକାଶିତ ପରେ ଶୁକ୍ରବାର ସକାଳେ ସ୍ଥାନୀୟ ବଜାରର ୭ଟି ଓାର୍ଡରେ ଜଳ ଯୋଗାଣ ସ୍ୱାଭାବିକ ଭାବେ ଚାଲୁ ହେବା ସାଙ୍ଗକୁ ୫ହଜାର ଲୋକଙ୍କ ପିଇବା ପାଣି ସମସ୍ୟା ଦୂର ହୋଇଛି। ସ୍ଥାନୀୟ ବାସିନ୍ଦା ସତ୍ୟନାରାୟଣ ସାହୁ, ସୁନିଲ କୁମାର ଅଗ୍ରଓାଲା, ଦେବପ୍ରସାଦ ଦିକ୍ଷୀତ, ଘନଶ୍ୟାମ ମହାରଣା, ଶ୍ରୀଧର ବିଶ୍ୱାଳ, ଅଜିତ କୁମାର ଭୋଇ ପ୍ରମୁଖ ସମାଜର ପ୍ରୟାସକୁ ଧନ୍ୟବାଦ ଜଣାଇଛନ୍ତି।
Popular Categories



