ହରଭଙ୍ଗା: ଭାରତୀୟ କିଷାନ ସଂଘ ବୌଦ୍ଧ ଶାଖା ପକ୍ଷରୁ ୫ଦଫା ଦାବୀରେ ଶୁକ୍ରବାର ସକାଳେ ହରଭଙ୍ଗା ତହସିଲ ଅଫିସ ଘେରାଉ କରାଯାଇଥିଲା।ତହସିଲଦାରଙ୍କୁ ଚାଷୀଙ୍କ ସମସ୍ୟା ସର୍ମ୍ପକୀତ ଏକ ଦାବୀପତ୍ର ବୌଦ୍ଧ ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା। କିଷାନ ସଂଘ ସଭାପତି ସୂ୍ର୍ଯ୍ୟନାରାୟଣ ମହାପାତ୍ର,ସମ୍ପାଦକ ଇଂ ବିକାଶ କୁମାର ମହାକୁଳଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବ୍ଲକର ଚାରିଛକ କାଠ ଡିପୋଠାରେ ଏକତ୍ରୀତ ହୋଇଥିଲେ। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ହରଭଙ୍ଗା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଚାଷୀଙ୍କୁ ମରୁଡି, ବାତ୍ୟା ପ୍ରାପ୍ୟ ପ୍ରଦାନ, ଧଳପୁର, ରାମଗଡଠାରେ ବୃହତ ମେଗାଜଳସେଚନ ପ୍ରକଳ୍ପ ନିର୍ମାଣ, ଚାଷିଙ୍କୁ ରବି ଋଣ ପ୍ରଦାନ ସାଙ୍ଗକୁ ରବି ଫସଲ ପାଇଁ ମାଗଣା ବିହନ ଯୋଗାଇବା ସର୍ମ୍ପକୀତ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଆଜି ଏହି ଘେରାଉ ବେଳେ ସଂଘର ଦୂତିବାହାନ କମ୍ପ, ଲବ ପ୍ରଧାନ, କାଳନ୍ଦୀଚରଣ କ୍ଷେତି, କୁନା ମାହାର, ବିଶିକେଶନ ପ୍ରଧାନ, ମକରଧ୍ୱଜ ପ୍ରଧାନ ପ୍ରମୁଖ ସାମିଲ ଥିଲେ।
Popular Categories



