www.samajalive.in
Saturday, December 6, 2025
16.1 C
Bhubaneswar

ହରଭଙ୍ଗା ପଂଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮୩ହଜାର୬୯୩ ଭୋଟର

ନଭେମ୍ବର ୧୬ରେ ପ୍ରାଥମିକ ଏବଂ ଡିସେମ୍ବର ୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା

ହରଭଙ୍ଗା: ଆସନ୍ତା ଫେବୃୟାରୀ ମାସରେ ହେବାକୁ ଥିବା ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚୂଡାନ୍ତ ଆସନ ତାଲିକା ପ୍ରକାଶ ପରେ ଗାଁ ଗାଁରେ ପଂଚାୟତ ନିର୍ବାଚନକୁ ନେଇ ଅଙ୍କକଷା ଜୋର ଧରିଲାଣି। ଆସନ ସଂରକ୍ଷଣକୁ ନେଇ ନିର୍ବାଚିତ ସରପଂଚ ପ୍ରାର୍ଥୀସବୁ ଅଡୁଆରେ ପଡିଥିବା ବେଳେ ନିଜ ନିଜର ପ୍ରାର୍ଥୀ ଚୟନରେ ସମସ୍ତେ ଲାଗି ପଡିଥିବା ଜଣାପଡିଛି।ଆସନ ସଂରକ୍ଷଣ ଥିବା ପଂଚାୟତରେ କିଏ କାହାକୁ ପ୍ରାର୍ଥୀ କରୁଛି ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଅନ୍ୟପଟେ ନିର୍ବାଚନକୁ ଆଖି ଆଗରେ ରଖି ବର୍ତମାନ ବୁଥ ଭେରିଫିକେସନ କାର୍ଯ୍ୟ ପରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇଁ ସରକାରୀ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଛି।

- Advertisement -

ଆସନ୍ତା ୧୬ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ। ଡିସେମ୍ବର ୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ହରଭଙ୍ଗା ବ୍ଲକର ଲୋକସଂଖ୍ୟା ୧ ଲକ୍ଷ ୨୬ ହଜାର ୮୩୪ ରହିଛି। ସେଥିରୁ ୮୩ ହଜାର ୬୯୩ ଜଣ ଭୋଟର ରହିଥିବା ସୂଚନା ମିଳିଛି। ଆସନ୍ତା ପଂଚାୟତ ନିର୍ବାଚନରେ ୩ଟି ଜିଲ୍ଲା ପରିଷଦ ଜୋନ ସହିତ ୨୨ଟି ପଂଚାୟତର ସରପଂଚ, ସମିତି ସଭ୍ୟ ଏବଂ ୩ ଶହ ଓାର୍ଡସଭ୍ୟଙ୍କୁ ନେଇ ନିର୍ବାଚନ ହେବ।

ବାମଣ୍ଡା, ବନ୍ଧାପଥର, ବୀରନରସିଂହପୁର, ମଥୁରା, ରାଧାନଗର, ସାମ୍ପୋଚ ଏବଂ ସରସରା ଭଲି ୭ ଗୋଟି ପଂଚାୟତକୁ ନେଇ ଗଠନ ୭ନଂ ଜିଲ୍ଲାପରିଷଦ ଜୋନ୍‍ ଗଠନ କରାଯାଇଛି। ୨୮ ହଜାର ୬୯୫ ମତଦାତା ଜିଲ୍ଲାପରିଷଦ ସଭ୍ୟ, ସରପଂଚ, ସମିତି ସଭ୍ୟ ଏବଂ ଓାର୍ଡସଭ୍ୟ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୭ନଂ ଜୋନ ପାଇଁ ୯୪ଟି ବୁଥ ଆୟୋଜନ କରାଯାଇଛି।ସେହିପରି ବାଣୀଭୁଷଣପୁର, ଧଳପୁର, କଂରଜକଟା, ଲୁଣିବାହାଲ, ପିତାମ୍ବରପୁର, ପୁରୁଣାକଟକ, ରାମଗଡ, ତିଲେଶ୍ୱର ଭଳି ୮ଟି ପଂଚାୟତକୁ ନେଇ ୮ନଂ ଜିଲ୍ଲାପରିଷଦ ଜୋନ ଗଠନ କରାଯାଇଛି। ୨୯ ହଜାର ୧୫୦ ଭୋଟର ଜିଲ୍ଲାପରିଷଦ ସଭ୍ୟ ସହିତ ସରପଂଚ, ସମିତିସଭ୍ୟ, ଓାର୍ଡସଭ୍ୟ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୮ନଂ ଜୋନ ମତଦାନ ପାଇଁ ୧୧୧ଟି ବୁଥ ଆୟୋଜନ କରାଯାଇଛି। ସେହିପରି ଆଡେଣିଗଡ, ଛତ୍ରଙ୍ଗ, ହରଭଙ୍ଗା, କୁଶଙ୍ଗ, ମହାଲ୍ଲିକପଡା, ସଙ୍କୁଲେଇ, ତଳଗାଁ ଭଳି ୭ଟି ପଂଚାୟତକୁ ନେଇ ୯ନଂ ଜିଲ୍ଲାପରିଷଦ ଜୋନ ଗଠନ କରାଯାଇଛି। ୨୫ ହଜାର ୮୪୮ ଜଣ ଭୋଟର ଜିଲ୍ଲାପରିଷଦ ସଭ୍ୟ, ସରପଂଚ, ସମିତି ସଭ୍ୟ, ଓାର୍ଡସଭ୍ୟଙ୍କ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୯ନଂ ଜୋନ ମତଦାତାଙ୍କ ପାଇଁ ୯୫ଟି ବୁଥ ଆୟୋଜନ କରାଯାଇଛି। ବ୍ଲକରେ ସମୁଦାୟ ୮୩ହଜାର ୬୯୩ ଜଣ ଭୋଟର ୩ଜଣ ଜିଲ୍ଲାପରିଷଦ ସଭ୍ୟ, ୨୨ଜଣ ସରପଂଚ, ୨୨ଜଣ ସମିତି ସଭ୍ୟ ଏବଂ ୩ଶହ ଓାର୍ଡସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ବ୍ଲକର ମୋଟ ୩ଶହ ମତଦାନ କେନ୍ଦ୍ର ଆୟୋଜନ କରାଯାଇଛି। ୨୮୫ଟି ପ୍ରାଥମିକ ସ୍କୁଲ, ୧୧ଟି ଅଙ୍ଗନବାଡି କେନ୍ଦ୍ର, ୩ଟି ଗୋଷ୍ଠି କେନ୍ଦ୍ର ଏବଂ ଅସ୍ଥାୟୀ ଭାବେ ଗୋଟିଏ ମତଦାନ କେନ୍ଦ୍ର ଆୟୋଜନ ହୋଇଛି। ସେଥରୁ ୨୯ଟି ସମ୍ବେଦନଶୀଳ ଏବଂ ୧୩ଟି ଅଧିକ ସମ୍ବେଦନଶୀଳ ବୁଥ ରହିଥିବା ସୂଚନା ମିଳିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories