ଗଞ୍ଜାମ: ଗଞ୍ଜାମ ନିକଟରେ ଋଷିକୁଲ୍ୟାମୁହାଣ ଅଞ୍ଚଳ ସମୁଦ୍ରରେ ଅଲିଭ୍ ରିଡ୍ଲେଙ୍କ ମିଳନ ଋତୁ ଚାଲିଛି। କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ମତ୍ସ୍ୟଜୀଵୀମାନଙ୍କୁ ମାଛ ମାରିବା ମନା । କିନ୍ତୁ ଆନ୍ଧ୍ରପ୍ରଦେଶର ଏକ ଟ୍ରଲର ଦ୍ୱାରା ୮ ଜଣ ମତ୍ସ୍ୟଜୀବୀ ବେଆଇନ ମାଛ ମାରୁଥିବା ବେଳେ ବୁଧବାର ବନ ବିଭାଗ ପକ୍ଷରୁ ଉକ୍ତ ଟ୍ରଲରକୁ ଜବତ କରିବା ସହ ୮ ମତ୍ସ୍ୟଜୀବୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ପ୍ରକାଶଯୋଗ୍ୟ ଯେ, ସମୁଦ୍ରରେ ଅଲିଭ୍ ରିଡ୍ଲେଙ୍କ ମିଳନ ଋତୁ ଚାଲିଥିବା ବେଳେ କିଛି ନିର୍ଦ୍ଦିଷ୍ଟ ଅଂଚଳକୁ ନୋ ଫିସିଂ ଜୋନ ଭାବେ ଘୋଷଣା କରାଯାଇଛି। ଏହାକୁ ଅବମାନନା କଲେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ଅଲିଭ ରିଡେଲ ସାମୁଦ୍ରିକ କଇଁଚ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ଚଳିତ ମାସ ୧ ତାରିଖରୁ ମେ ୩୧ ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ମାଛଧରା ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥାଏ । ଏହି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଯନ୍ତ୍ରଚାଳିତ ଡଙ୍ଗା କିମ୍ବା ଟ୍ରଲର ଯାତାୟତ ଉପରେ ରୋକ ଲଗାଯାଇଛି । ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଥାଏ ବୋଲି ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି ।



