www.samajalive.in
Saturday, December 6, 2025
16.1 C
Bhubaneswar

ଏହା ମୋ ଜୀବନର ସବୁଠାରୁ ଖୁସି ମୁହୂର୍ତ୍ତ: ନକ୍ସଲ କବଳରୁ ମୁକ୍ତ କୋବ୍ରା କମାଣ୍ଡୋଙ୍କ ପତ୍ନୀ

ଶ୍ରୀନଗର: ଛତିଶଗଡରେ ନକ୍ସଲଙ୍କ ଦ୍ୱାରା ଅପହୃତ ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ଗୁରୁବାର ମୁକ୍ତ କରାଯିବା ପରେ ତାଙ୍କ ପତ୍ନୀ ମିନୁ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡିଥିଲେ। ମିନୁ କହିଥିଲେ, ସ୍ୱାମୀଙ୍କୁ ମୁକ୍ତ କରାଯିବା ତାଙ୍କ ପାଇଁ ଜୀବନର ସବୁଠାରୁ ଖୁସି ମୁହୂର୍ତ୍ତ। ନକ୍ସଲମାନେ ତାଙ୍କୁ ମୁକ୍ତ କରିବାକୁ ଛତିଶଗଡ ସରକାର ଏବଂ ମଧ୍ୟସ୍ଥଙ୍କ ପକ୍ଷରୁ ଉଦ୍ୟମ ଚାଲିଥିବାବେଳେ ମାନହାସଙ୍କ ପରିବାର ସାରା ଦିନ ଉତ୍କଣ୍ଠା ମଧ୍ୟରେ ରହିଥିଲେ। ଶେଷରେ ମାନହାସ ମୁକ୍ତ ହେବାପରେ ପରିବାର ଖୁସିରେ ଫାଟିପଡିଥିଲେ। ମାନହାସ ଏକ ଆମ୍ବୁଲାନ୍ସ ମଧ୍ୟରୁ ଓହ୍ଲାଉଥିବାର ଭିଡିଓ ଦେଖିବାପରେ ତାଙ୍କ ପରିବାର ଓ ସଂପର୍କୀୟଙ୍କ ଆଖିରେ ଲୁହ ଭରିଯାଇଥିଲା। ମାନହାସଙ୍କୁ ମୁକ୍ତ କରିବାକୁ ଏକ ଭିଡିଓ ବାର୍ତ୍ତାରେ ଆକୁଳ ନିବେଦନ କରିଥିବା ତାଙ୍କର ୫ବର୍ଷର ଝିଅ ମୋବାଇଲରେ ବାପାଙ୍କ ଫଟୋକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା।

ମାନହାସଙ୍କ ପତ୍ନୀ ମିନୁ କହିଥିଲେ, ସ୍ୱାମୀଙ୍କ ମୁକ୍ତି ନେଇ ସେ ଆଶାବାଦୀ ଥିଲେ। ସେଥିପାଇଁ ସେ କେନ୍ଦ୍ର ସରକାର, ଛତିଶଗଡ ସରକାର ଏବଂ ଅନ୍ୟ ଯେଉଁମାନେ ଏଥିପାଇଁ ଉଦ୍ୟମ କରିଛନ୍ତି,  ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ମାନହାସଙ୍କ ଘର ଜାମ୍ମୁ କାଶ୍ମୀରର ଜାମ୍ମୁ-ଅଖନୁର ରାସ୍ତାର ବୁର୍ନାଇଠାରେ ଅବସ୍ଥିତ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories