ପାପୁଲିରେ ଅର୍ଦ୍ଧଚନ୍ଦ୍ରର ଅର୍ଥ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ହାତ ପାପୁଲିର ରେଖା ଓ ଚିହ୍ନ ଅାଧାରରେ ତାଙ୍କର ଭବିଷ୍ୟତ ଓ ସ୍ୱଭାବ ବିଷୟରେ ଜାଣି ହୋଇଥାଏ। ପାପୁଲିର ରେଖାରେ ବିଭିନ୍ନ ପ୍ରକାର ଶୁଭ ଓ ଅଶୁଭ ଚିହ୍ନ ଥାଏ। ଏଭଳି ଏକ ଶୁଭ ଚିହ୍ନ ହେଉଛି ଅଧା ଚାନ୍ଦ। ତେବେ ଚାଲନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାପୁଲିରେ ଥିବା ଅଧା ଚାନ୍ଦର ଅର୍ଥ –
– ଯେଉଁ ବ୍ୟକ୍ତିଙ୍କ ଦୁଇ ହାତ ପାପୁଲିକୁ ମିଶାଇବା ଦ୍ୱାରା ହସ୍ତରେଖା ଅର୍ଦ୍ଧ ଚନ୍ଦ୍ର ଆକୃତି ହୋଇଥାଏ, ଏହି ବ୍ୟକ୍ତିମାନେ ସ୍ୱଭାବତଃ ଖୁବ୍‍ ଶାଳୀନ ହୋଇଥାଆନ୍ତି। ଏହାଛଡ଼ା ଏମାନଙ୍କ ବୁଦ୍ଧି ପ୍ରଖର ହୋଇଥାଏ।
– ଯେଉଁ ବ୍ୟକ୍ତିଙ୍କ ପାପୁଲି ଯୋଡ଼ିବା ଦ୍ୱାରା ସିଧା ରେଖା ଦେଖାଦିଏ, ସେମାନେ ଶାନ୍ତ ସ୍ୱଭାବର ହୋଇଥାଆନ୍ତି। ଏହି ବ୍ୟକ୍ତିମାନେ ବହୁତ ଆରାମ ଓ ଶାନ୍ତି ସହକାରେ କାର୍ଯ୍ୟ କରିଥାଆନ୍ତି।
– ଯଦି ଦୁଇ ପାପୁଲିକୁ ଯୋଡ଼ିବା ପରେ ଅଧା ଚାନ୍ଦ ଆକୃତି ହେଉନାହିଁ, ତେବେ ଏପରି ବ୍ୟକ୍ତି ବେଖାତିର ବା ଅସାବଧାନତା ସ୍ୱଭାବର ହୋଇଥାଆନ୍ତି। ସେହିପରି ଅଙ୍କା ବଙ୍କା ଓ ଭଙ୍ଗା ଚାନ୍ଦ ହେଉଥିବା ବ୍ୟକ୍ତି ଜିଦିଆ ସ୍ୱଭାବର ହୋଇଥାଆନ୍ତି।

Leave A Reply