www.samajalive.in
Saturday, December 13, 2025
15.1 C
Bhubaneswar

ଘର ଉପରେ ମାଡ଼ିଗଲା ହାଇୱା;  ଅଳ୍ପକେ ବର୍ତ୍ତିଲେ ପରିବାରର ୫ ସଦସ୍ୟ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ସଦର ମହକୁମାସ୍ଥିତ ପୂରୁଣା ବସଷ୍ଟାଣ୍ଡ ନିକଟ ରସ୍ତା କଡ଼ରେ ଥିବା ଏକ ଘର ଉପରେ ହାଇୱା ମାଡ଼ିଯିବାରୁ ତାହା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। କିନ୍ତୁ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଗୋଟିଏ ପରିବାରର ୫ ଜଣ ସଦସ୍ୟ।

ସୂଚନା ମୁତାବକ, କୋଡ଼ିଙ୍ଗା ମାଳି ଖଣିରୁ ବକ୍ସାଇଟ୍‌ ନେଇ ଏକ ହାଇୱା ରାୟଗଡ଼ା ରେଳଷ୍ଟେଶନ ନିକଟରେ ଡମ୍ପିଂ କରି ଫେରୁଥିଲା। ଶନିବାର ଭୋର ସମୟରେ ହାଇୱାଟି ଲକ୍ଷ୍ମୀପୁର ପୁରୁଣା ବସଷ୍ଟାଣ୍ଡ ନିକଟ ରାସ୍ତା କଡ଼ରେ ଥିବା କାଳିଆ ସଗରିଆଙ୍କ ଘର ସମ୍ମୁଖ ଏକ ଘର ଉପରେ ମାଡ଼ି ଯାଇଥିଲା। ଫଳରେ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା। କିନ୍ତୁ ଭାଙ୍ଗି ଯାଇଥିବା ଘର ସଂଲଗ୍ନ ଘର ଭିତରେ କାଳିଆ ସଗରିଆ, ତାଙ୍କ ପତ୍ନୀଙ୍କ ସହିତ ୩ ପିଲା ଥିଲେ। ଉକ୍ତ ଘରଟି କ୍ଷତିଗ୍ରସ୍ତ ହୋଇ ନ ଥିବାରୁ ସେମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ତେବେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ରାୟଗଡ଼ାରୁ କୋଡ଼ିଙ୍ଗା ମାଳିକୁ ଫେରୁଥିବା ଅନ୍ୟ କିଛି ହାଇୱା ଡ୍ରାଇଭର ସେମାନଙ୍କ ଗାଡ଼ି ସାହାଯ୍ୟରେ ଉଦ୍ଧାର କରି ନେଇଯିବାକୁ ବସିଥିବାବେଳେ ସ୍ଥାନୀୟ ଯୁବକମାନେ ତାକୁ ଅକାଇଥିଲେ। ସକାଳ ହେବାରୁ ଗାଁ ଲୋକମାନଙ୍କ ସହିତ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ରାସ୍ତାରୋକୋ କରିବାକୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ବୁଝାଶୁଝା କରିବା ସହିତ ଗାଡ଼ି ମାଲିକ କ୍ଷତିପୂରଣ ଦେବାକୁ କହୁଛନ୍ତି, ତେଣୁ ଗାଡ଼ିକୁ ଛାଡ଼ିଦେବାକୁ ଲୋକଙ୍କୁ କହିଥିଲା। ମାତ୍ର ଗାଡ଼ିକୁ ଥାନାକୁ ନେବା ବଦଳରେ କ୍ଷତିପୂରଣ କଥା କ’ଣ କହୁଛ ବୋଲି ଲୋକେ ପୁଲିସକୁ ପ୍ରଶ୍ନ କରିବାରୁ ପୁଲିସ କର୍ମଚାରୀମାନେ ଫେରିଯାଇଥିଲେ। କୋଡ଼ିଙ୍ଗା ମାଳିରେ ଖନନ ଓ ପରିବହନ କାର୍ଯ୍ୟ କରୁଥିବା କେତେଜଣ ଯୁବକ ପହଞ୍ଚି ସମାଧାନ ପାଇଁ ବୁଝାଶୁଝା କରିଥିଲେ। କିନ୍ତୁ କମ୍ପାନୀ କିମ୍ବା ହାଇୱା ମାଲିକ ଅନ୍ୟ ଏକ ସ୍ଥାନରେ ନୂତନ ଘର ନିର୍ମାଣ କରି ଦେବାକୁ ସ୍ଥାନୀୟ ଯୁବକଙ୍କ ସହିତ କାଳିଆ ସଗରିଆ ଅଡ଼ି ବସିବାରୁ ସମାଧାନ ହୋଇପାରି ନ ଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡ଼ିକୁ ଲୋକେ ଅଟକ ରଖିଥିଲେ। ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ପୁଲିସ କହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories