www.samajalive.in
Saturday, December 6, 2025
19.1 C
Bhubaneswar

ତୁରନ୍ତ ରୂପି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଶୀତର ପ୍ରଭାବରେ ତ୍ୱଚା ସହ କେଶ ଓ କେଶମୂଳ ମଧ୍ୟ ଶୁଷ୍କ ହୋଇଯାଏ। ଯାଦ୍ୱାରା ଅଧିକ ପରିମାଣରେ ରୂପି ହୋଇଥାଏ। କେଶ ମୂଳ କୁଣ୍ଡାଇ ମଧ୍ୟ ହୋଇଥାଏ। ଜାଣନ୍ତୁ ଏହି ସମସ୍ୟାରୁ କିଭଳି ମୁକ୍ତି ପାଇ ପାରିବେ ….
ରୂପି ଦୂର ହେବା ପାଇଁ ବଜାରରେ ବହୁ ପ୍ରକାରର ସାମ୍ପୋ ମିଳିଥାଏ। ମାତ୍ର ତାହାକୁ ବ୍ୟବହାର କରିବା ଦ୍ୱାରା ରୂପି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇନଥାଏ। ଏଥିରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇବା ପାଇଁ କିଛି ସହଜ ଘରୋଇ ଉପାୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ….
– ନିୟମିତ କେଶକୁ ୨ ରୁ ୩ଥର କୁଣ୍ଡାନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।
– ଟମାଟୋ ରସରେ ମୁଲତାନୀ ମାଟି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ କେଶରେ ଲଗାଇ କମିଛି ସମୟ ରଖନ୍ତୁ। ଏହା ଶୁଖିଗଲେ କେଶକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ କିମ୍ବା ୨ଥର ଏହାକୁ ବ୍ୟବହାର କରିବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ।
– ମେଥି ଦାନାକୁ ଭିଜାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁୂ। ଏହାକୁ କେଶ ମୂଳରେ ଲଗାନ୍ତୁ। ଶୁଖିଯିବା ପରେ କେଶ ଧୋଇ ଦିଅନ୍ତୁ।
– ନଡ଼ିଆ ତେଲ କିମ୍ବା ଅଲିଭ୍ ଅଏଲରେ କର୍ପୂର ମିଶାଇ କେଶ ମୂଳରେ ମାଲିସ କରନ୍ତୁ। ଏହା ରୂପିକୁ ସମ୍ପୂର୍ଣ୍ଣ ଭାବେ ଦୂର କରିଥାଏ।
– ଏଲୋବେରା ଜେଲ ମଧ୍ୟ କେଶ ମୂଳରେ ମାଲିସ କରନ୍ତୁ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories