ଗୁରୁଡ଼ିଝାଟିଆ: ଆଠଗଡ଼ ବ୍ଲକ ଜିଲ୍ଲାପରିଷଦ ଜୋନ ୨ରେ ୩ଜଣ ପ୍ରାର୍ଥୀନି ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ଜୋନଟି ନବେଢ଼ା ଅଞ୍ଚଳ ହୋଇଥିବା ବେଳେ ଜନଜାତି ଭୋଟର ମଧ୍ୟ ବହୁମାତ୍ରାରେ ରହିଛନ୍ତି। କଂଗ୍ରେସ ପକ୍ଷରୁ ରଞ୍ଜିତା ହେସା ଜିଲ୍ଲା ପରିଷଦ ପ୍ରାର୍ଥୀନି ଭାବରେ ରାଧାକିଶୋରପୁର, ଗୁରୁଡ଼ିଝାଟିଆ, ଗୋବରା, ଖିରିଖିଆ, ଖାକ୍ସା, ମହୁରିଆ, ଗୋବରା ଶାସନ, କାଦୁଆ ନୂଆଗାଁ ଆଦି ଗ୍ରାମରେ ଘରଘର ବୁଲି ହାତ ଚିହ୍ନରେ ଭୋଟ ଦେବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି। ପୂର୍ବତନ ସରପଞ୍ଚ ସର୍ବେଶ୍ୱର ରାଉତ, ଦେବେନ୍ଦ୍ର ପ୍ରଧାନ, ଅକ୍ଷୟ କୁମାର ଖୁଣ୍ଟିଆ, ପ୍ରଶାନ୍ତ କୁମାର ରାଉତ, ପଠାଣି ନାୟକ, ବିଶ୍ୱନାଥ ସାହୁ, ପବିତ୍ର ମୋହନ ମହାନ୍ତି, ଉମେଶ ଥାଟୋଇ, ମହିଳାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ନିରଞ୍ଜନ ପ୍ରତିହାରୀଙ୍କ ସମେତ ଜିଲ୍ଲା ପରିଷଦ ପ୍ରାର୍ଥୀନି ଶ୍ରୀମତି ହେସା ଙ୍କ ସହିତ ପ୍ରଚାରରେ ସାମିଲ ହୋଇଥିଲେ।
Popular Categories



