www.samajalive.in
Saturday, December 6, 2025
16.1 C
Bhubaneswar

ଅଶୋକାଷ୍ଟମୀ ଯାତ୍ରା ପାଇଁ ଖୁଣ୍ଟୁଣୀ-ରମ୍ପେଇଗ୍ରାମ ଉତ୍ସବମୁଖର

ଗୁରୁଡିଝାଟିଆ: ଅଶୋକାଷ୍ଟମୀ ଯାତ୍ରା ପାଇଁ ଖୁଣ୍ଟୁଣୀ-ରମ୍ପେଇଗ୍ରାମ ଉତ୍ସବମୁଖର ହୋଇଛି। ଗ୍ରାମ୍ୟ କମିଟି ପକ୍ଷରୁ ଇଷ୍ଟଦେବ ବାଲୁଙ୍କେଶ୍ୱର ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମୀ ନାରାୟଣଙ୍କୁ ସୁସଜ୍ଜିତ ବିମାନରେ ଗ୍ରାମ ପରିକ୍ରମା କରାଯାଇ ବାଲୁଙ୍କେଶ୍ୱର ମନ୍ଦିରକୁ ନିଆଯାଇଥିଲା। ଗ୍ରାମର ଆବାଳ ବୃଦ୍ଧବନିତା ଦିଅଁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଗ୍ରାମ୍ୟ କମିଟିର ସଭାପତି ମନୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ବିମାନରୁଢ ଦିଅଁଙ୍କ ରୋଷଣିରେ ମୁରବୀ ସଚ୍ଚିଦାନନ୍ଦ ପଣ୍ଡା, ବିପିନ ବିହାରୀ ପ୍ରଧାନ, କିଶୋର କୁମାର ସାମନ୍ତରାୟ, ଦିଲ୍ଲିପ କୁମାର ସେଠ, ରଜନୀକାନ୍ତ ଜେନା, କୈଳାସ ଚନ୍ଦ୍ର ଦାସ, ପ୍ରଦ୍ୟୁମ୍ନ ନାୟକ, ଅନ୍ତର୍ଯ୍ୟାମୀ ସାହୁ, ସୁରେଶ ଚନ୍ଦ୍ର ଦଳାଇ, ସୁଶାନ୍ତ କୁମାର ସାହୁ, ଗୋବିନ୍ଦ ଚନ୍ଦ୍ର ବେହେରା, ପ୍ରଫୁଲ କୁମାର ସାହୁ, ସୁଧିର କୁମାର ଦାସ ଓ ସଞ୍ଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories