www.samajalive.in
Friday, December 5, 2025
26.1 C
Bhubaneswar

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ୱାମୀ ଅଟକ

ଗୁଣପୁର :  ସ୍ତ୍ରୀକୁ ହତ୍ୟା କରି ଅଟକ ରହିଛି ସ୍ୱାମୀ। । ଏଭଳି ଅଭାବନୀୟ ଘଟଣା ଗୁଣପୁର ଅନ୍ତର୍ଗତ ଚିନାସାରି ଗ୍ରାମରେ ଘଟିଛି। ମୃତ ମହିଳା ହେଲେ ଗୌରୀ ବାଉରୀ ( ୩୦) ।ସମ୍ପୃକ୍ତ ଘଟଣାରେ ଗୌରୀଙ୍କ ସ୍ୱାମୀ ସୁରେନ୍ଦ୍ର ଶବରକୁ ଅଟକ ରଖାଯାଇ ପଚାରାଉଚରା କରାଯାଉଛି।
ଆଦର୍ଶ ଥାନା ଅଧିକାରୀ ମନୋଜ କୁମାର ବେହାରଙ୍କ ସୂଚନା ଅନୁଯାୟୀ ଚିନାସାରି ଗ୍ରାମର ସୁରେନ୍ଦ୍ର ଶବର ନାମକ ବ୍ୟକ୍ତି ଗତ ଦଶ ବର୍ଷ ପୂର୍ବେ ଗୁଣପୁର ଅଞ୍ଚଳର ଗୌରୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ଝିଅ ଏବଂ ପୁଅ ଥିବା ବେଳେ ଅଧିକାଂଶ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ମନ ମାଳିନ ରହିଥିଲା। ତେବେ ଗତ ୫ତାରିଖରେ ଚିନାସାରି ଗ୍ରାମରେ ଯୋଜନା ବଧ କରି ସୁରେନ୍ଦ୍ର ନିଜ ସ୍ତ୍ରୀ ଗୌରୀକୁ ମାରି ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲା। ଉକ୍ତ ଘଟଣା ପ୍ରଘଟ ହେବା ପରେ ଗୁଣପୁର ଥାନା ପୁଲିସ ଛାନଭିନ କରିଥିଲା।  ସୁରେନ୍ଦ୍ରକୁ ପୁଲିସ ଜେରା କରି ଥିବାବେଳେ ସେ ଗୌରୀକୁ ମାରି ପୋତି ଦେଇଥିବା ସ୍ୱୀକାର କରିବା ସହ ପୋତି ଥିବା ସ୍ଥଳକୁ ନେଇ ପୁଲିସକୁ ଦେଖାଇଥିଲା। ଶବକୁ ମାଟିତଳୁ ଉଦ୍ଧାରକରାଯାଇଛି।ବର୍ତମାନ ମୃତ ମହିଳାଙ୍କ ଶବକୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରେ ରଖାଯାଇଥିବା ବେଳେ ବ୍ୟବଛେଦ କରାଯିବ ବୋଲି ପୁଲିସ କହିଛି। ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ ସୁରେନ୍ଦ୍ର ସବରଙ୍କୁ ପୁଲିସ ଅଟକ ରଖିଛି। ଥାନା କେଶ ନମ୍ବର ୪୮/୨୧ରେ ମାମଲା ରୁଜୁ କରାଯାଇଛି ବୋଲି ଥାନାଧିକାରୀ  ସୂଚନା ପ୍ରଦାନ କରିଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories