www.samajalive.in
Friday, December 5, 2025
26.1 C
Bhubaneswar

ଭତ୍ତା ଟଙ୍କା ହଡପ ମାମଲା ; ପୌରସଂସ୍ଥାର କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଗୁଣପୁର : ପୌରସଂସ୍ଥାରେ ଗରୀବ, ଅସହାୟ ଲୋକଙ୍କୁ ବଣ୍ଟନ ନିମନ୍ତେ ଆସୁଥିବା ଭତ୍ତା ଟଙ୍କା ହଡପ ଘଟଣାରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପ୍ରାଥମିକ ତଦନ୍ତ କରି ଜଣେ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଅର୍ଥ ତୋଷରପାତ ମାମଲାରେ ସଂପୁକ୍ତ ଥିବା ଅଧିକାରୀ ଓ ନେତାଙ୍କୁ ତଦନ୍ତ ପରିସରପୁକ୍ତ କରାଯିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।
ଗତ ଏପ୍ରିଲ ୨୦୧୭ରୁ ଡିସେମ୍ବର ମାସ ମଧ୍ୟରେ ଭତ୍ତା ବାବଦରେ ୨୫ଲକ୍ଷ ୨୦ହଜାର ୭୦୦ଟଙ୍କା ହଡପ ହୋଇଥିବା ପୌରସଂସ୍ଥାର ଅଡିଟ ଧରିବା ପରେ ଘଟଣା ପଦାକୁ ଆସିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ରାୟଗଡା (ଦୁର୍ନୀତି ନିବାରଣ ବିଭାଗ) ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା। ଗତ ମଙ୍ଗଳବାର ରାୟଗଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ରାଇଗୁରୁଙ୍କ ନେତୃତ୍ୱର ଏକ ଟିମ ଗୁଣପୁର ପୌରସଂସ୍ଥା କାର୍ଯ୍ୟାଳୟକୁ ଆସି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଭିଜିଲାନ୍ସର ପ୍ରାଥମିକ ତଦନ୍ତ ପରେ ପୂର୍ବତନ କୋଷାଧ୍ୟକ୍ଷ ତଥା ଟିକସ କଲେକ୍ଟର ବି.ମାଲିକେଶ୍ୱରଙ୍କ ନାମରେ ଏକ ମାମଲା ରୁଜୁ କରି ଗତକାଲି ରାୟଗଡାରେ ଗିରଫ କରିଛନ୍ତି।
ଗିରଫ ମାଲିକେଶ୍ୱରଙ୍କୁ ସନ୍ଧ୍ୟାରେ ଜୟପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ଭିଜିଲାନ୍ସରେ ଏଭଳି ସ୍ୱଳ୍ପ ସମୟରେ ଏତେ ବଡ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ବେଶ୍‍ ପ୍ରଶଂସା କରାଯାଉଛି। ଅନ୍ୟପକ୍ଷରେ ଏହି ହଡପ ଟଙ୍କା କେଉଁ ନେତା ଓ ଅଫିସର ଭାଗବଣ୍ଟା କରିଛନ୍ତି ଓ କାହା ଛତ୍ରଛାୟା ତଳେ ରହି ଏତେ ବଡ ଦୁର୍ନୀତି କରାଯାଇଛି ତାହା ଏବେ ଦୁର୍ନିତି ନିବାରଣ ବିଭାଗ ଖୋଲତାଡ ଆରମ୍ଭ କରିଛି।
ଗିରଫ ମାଲିକେଶ୍ୱର ଦୁର୍ନୀତି ନିବାରଣ ବିଭାଗ ନିକଟରେ ଗତ ଦୁଇ ଦଶନ୍ଧି ଧରି ପୌରସଂସ୍ଥାରେ ଚାଲିଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ସୂଚନା ସଂଗ୍ରହ କରି ପରବର୍ତ୍ତୀ ସମୟରେ ନେତା ଓ ଅଫିସରକୁ ତଦନ୍ତର ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି। ବିଶେଷ କରି ପାର୍କ ନିର୍ମାଣ, ପରିମଳ ବ୍ୟବସ୍ଥା, ଇତ୍ୟାଦି ଯୋଜନା ହୋଇଥିବା ବଡଧରଣର ଘୋଟଲା ଭିଜିଲାନ୍ସ ତଦନ୍ତ ପରେ ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories