www.samajalive.in
Tuesday, December 9, 2025
15.1 C
Bhubaneswar

ବର୍ଷିୟାନ ସମାଜସେବୀ ପଦ୍ମଶ୍ରୀ ଶାନ୍ତିଦେବୀ

ଗୁଣୁପୁର : ବର୍ଷିୟାନ ସମାଜସେବୀ ତଥା ଗାନ୍ଧିବାଦୀ ନେତ୍ରୀ ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ପରଲୋକ ହୋଇଛି।  ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶାନ୍ତି ଦେବୀଙ୍କ ୮୮ ବର୍ଷ ବୟସରେ ହୃଦଘାତରେ  ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି  । ସମାଜସେବା କ୍ଷେତ୍ରରେ ଶାନ୍ତିଦେବୀଙ୍କ ଅବଦାନ  କେବଳ ରାୟଗଡ଼ା ଜିଲ୍ଲାରେ ସୀମିତ ରହିନାହିଁ ଏହା ସାରା ଦେଶରେ ଆଜି ଶାନ୍ତି ଦେବୀଙ୍କୁ ପରିଚିତ କରିଛି । ବିବାହ ସମୟରେ ସ୍ୱାମୀଙ୍କ ସର୍ତ ପୁରଣ ସାଙ୍ଗକୁ ଏଠିକା ଲୋକଙ୍କ ସେବା ପାଇଁ ବାଲେଶ୍ୱରରୁ ରାୟଗଡ଼ାକୁ ସେ ଚାଲି ଆସିଥିଲେ  ।
୧୯୩୪ ଏପ୍ରେଲ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ଶାନ୍ତି ଦେବୀ । ୧୯୫୧ ମସିହାରେ ସମାଜସେବୀ ଡ଼.ରତନ ଦାଶଙ୍କ ସହ ତାଙ୍କର ବିବାହ ହୋଇଥିଲା ।  ପିଲାଟି ଦିନରୁ ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର, ଜୁଲୁମ ବିରୁଦ୍ଧରେ ପ୍ରତିବାଦ କରିବା ଥିଲା ଶାନ୍ତି ଦେବୀଙ୍କ ସ୍ୱଭାବ । ସେହି ସମୟରେ ସେ ଗାନ୍ଧିଜୀଙ୍କ ନିତିରେ ପ୍ରଭାବିତ ହୋଇ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିଷ୍ଠିତ ଏବଂ ପରିଚାଳିତ ଗାନ୍ଧି ଆଶ୍ରମରେ ଯୋଗଥିଲେ । ୧୯୫୧ ମସିହାରେ ଅବିଭକ୍ତ କୋରାପୁଟ ଜିଲାରେ ମରୁଡିର ସାମ୍ନା କରିଥିବା  ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ସ୍ୱାମୀ ରତନ ଦାସଙ୍କ ସହିତ ବିବାହର ୪ ମାସ ନପୁରୁଣୁ ଆସି ପହଚିଂ ଥିଲେ ଗୁଣପୁରରେ ସହରରେ । ଏଠାରେ ସାକ୍ଷାତ ହୁଏ ସନ୍ଥ ବିନୋବା ଭାବେଙ୍କ ସହ । ତାପର ଠାରୁ ବଦଳି ଗଲା ତାଙ୍କ ଜୀବନର ଗତିପଥ । ଆଉ ପଛକୁ ଫେରି ପରିଲେନି ସେ । ଏଠାରେ ଅନାଥ ପିଲାଙ୍କ ମା ହୋଇ ଏହି ଆଦିବାସୀ ଅଚଂଳ ପାଲଟିଗଲା ତାଙ୍କର କର୍ମଭୁମି ।
ତାପରେ ୧୯୫୨ରେ କୋରାପୁଟରେ ଚାଲିଥିବା ଭୁସତ୍ୟାଗ୍ରହଣ ଆନ୍ଦୋଳନରେ ସାମିଲ ହୋଇ ଆରମ୍ଭ କଲେ ସାହୁକାରମାନଙ୍କ କବଳରେ ଥିବା ଆଦିବାସୀ ମାନଙ୍କ ଜମି ମୁୁକୁଲାଇବା କାର୍ଯ୍ୟ । ତାପରେ ବଲାଙ୍ଗରୀ, କଳାହାଣ୍ଡି ଏବଂ ସମ୍ବଲପୁର ଭୁଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ । ରାୟଗଡା ଜିଲା ଗୋପାଳବାଡି ଠାରେ ମାଳିତ ଦେବୀଙ୍କ ଦ୍ୱାରା ସ୍ଥାପିତ ଆଶ୍ରମରେ ଭୂଦାନ କର୍ମୀଙ୍କୁ ତାଲିମ ପ୍ରଦାନ କଲେ । ଏହି ସମୟରେ ସଙ୍କଳପଦରରେ ଆଜୀବନ କାରାବରଣ ହୋଇଥିବା ୪୦ଜଣ ଆଦିବାସୀଙ୍କୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମୁକ୍ତି ଦିଗରେ ଉଦ୍ୟାମ କରିଥିଲେ । ୧୯୬୪ରେ ଆଦିବାସୀଙ୍କ ସହାୟତ।ରେ ପଦ୍ମପୁର ବ୍ଲକସ୍ଥିତ ଜବରଗୁଡା ଠାରେ ଆରମ୍ଭ କଲେ ସେବାସମାଜ । ଏଠାରେ ଅନାଥ, ଗରୀବ ପିଲାଙ୍କୁ ରଖି ଲାଲନପାଳନର ଦାୟିତ୍ୱ ନେଲେ । ଏହି ସବୁକାମରେ ସ୍ୱର୍ଗତ ରତନ ଦାଶଙ୍କୁ ସହଯୋଗ ରହୁଥିଲା । ଦୀର୍ଘ ୬୦ବର୍ଷ ହେଲା ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଛନ୍ତି । ରାୟଗଡ଼ା ଜିଲ୍ଲା ୧୩୧ ଜଣ ଅନାଥ ଝିଅ ଓ ଗରୀବ ପିଲାଙ୍କୁ ନିଜ ପାଖରେ ରଖି ମା ଭଳି ସେବା ଯତ୍ନ ନେଉଥିଲେ  ସେ । ଅନାଥ ପିଲାଙ୍କ ପାଇଁ ସେ ଜିଲାର ରାୟଗଡା, ଗୁଣପୁର ଓ ପଦ୍ମପୁର ବ୍ଲକର ଜବରଗୁଡା, ନୂଆପଡା ସହରରେ ଗଢ଼ିତୋଳିଛନ୍ତି ସେବାଆଶ୍ରମ । ଆଦିବାସୀ ଇଲାକାରେ ଅନାଥ ବେସାହାରା ପିଲାମାନଙ୍କୁ ଖୋଜି ଆଣି ରଖିବା ସହ ସମସ୍ତ ଳାଳନପାଳନ ଦାୟିତ୍ୱ ନେଇଥିଲେ  ସେ ।
ସମାଜରେ ସମ୍ମାନରେ ସହ ବଚିଂବା ପାଇିଁ ପାଠପଢା ସହ ନୀତିଶିକ୍ଷା ଦେଉଥିଲେ ସେ । ଏପରିକି ଅନେକ ଅନାଥ ଝିଅଙ୍କୁ ବାହା କରାଇଛନ୍ତି। ତାଙ୍କ ସଂସ୍କାରରେ ପାଳିତ ଅନେକ ପିଲା ଆଜି ବିଭିନ୍ନ କର୍ମ ସ୍ଥାନରେ ନିୟୋଜିତ ହୋଇ ବେଶ ପ୍ରତିଷ୍ଠିତ ହୋଇପାରିଛନ୍ତି । ତେବେ ଭୁଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ ସେ  ।  ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ସ୍ୱର୍ଗତ ଡଃ ରତନ ଦାଶଙ୍କ ଧର୍ମପତ୍ମୀ ଥିଲେ ପଦ୍ମଶ୍ରୀ  ଶାନ୍ତିଦେବୀ । ଅବିଭକ୍ତ କୋରାପୁଟ ଜିଲାରେ ଜଣେ ସୁନାମଧନ୍ୟ ସେବା ଦମ୍ପତି ଭାବେ ଉଭୟେ ସମସ୍ତଙ୍କ ନିକଟରେ ପରିଚିତ । ଗତକିଛି ବର୍ଷତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜେ ଭାଙ୍ଗି ନଯାଇ ବରଂ ଅନାଥ ପିଲାଙ୍କ ସେବା କରି ନିଜ ଶେଷ ଜିବନକୁ  ପିଲାଙ୍କ ସେବାରେ ସମର୍ପଣ କରି ଦେଇଛନ୍ତି ପଦ୍ମଶ୍ରୀ  ଶାନ୍ତିଦେବୀ ।
ତାଙ୍କ ଏହି ସେବାପାଇଁ ଅନେକ ଜାତୀୟ, ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ମିଳିଛି ଅନେକ ସମ୍ମାନ । ଶାନ୍ତିଦେବୀ ଯମୁନାଲାଲ ବାଜଜ ପୁରସ୍କାର ଠାରୁ ଆରମ୍ଭ କରି ଇମ୍ପା ଫାଉଣ୍ଡେସନ ପକ୍ଷରୁ ସାରାଳା ପୁରସ୍କାର ପର୍ଯ୍ୟନ୍ତ ସେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ସମ୍ମାନ ଅପେକ୍ଷା ଆଦିବାସୀ,ଗରୀବ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇବା ହିଁ ତାଙ୍କ ଆତ୍ମସନ୍ତୋଷ ଦେଇଥାଏ ବୋଲି ସେ ସବୁବେଳେ କହନ୍ତି । ତେବେ ତାଙ୍କ ବିଯୋଗରେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର , ଏସପି ବିବେକାନନ୍ଦ ଶର୍ମା , ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନାଥ ସାରକା , କୋରାପୁଟ ଲୋକସଭା ସାଂସଦ  ସପ୍ତଗିରି ଉଲାକା  , ରାଜ୍ୟ ସଭା ସାଂସଦ ଏନ॰ଭାସ୍କର ରାଓ , ରାଜ୍ୟ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ  ଯୋଜନା ଉପଦେଷ୍ଠା ସୁଧୀର ଦାସ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି  ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories