www.samajalive.in
Monday, December 8, 2025
20.1 C
Bhubaneswar

ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ କବି ଗୁଲଜାରଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ: ସଂସ୍କୃତ ବିଦ୍ବାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଓ ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାରଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ । ଜ୍ଞାନପୀଠ ଚୟନ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି। ଗୁଲଜାରଙ୍କୁ ଶ୍ରେଷ୍ଠ ଉର୍ଦ୍ଦୁ କବିଙ୍କ ମଧ୍ୟରେ ଗଣନା କରାଯାଏ। ଅନେକ ହିନ୍ଦୀ ଫିଲ୍ମ ପାଇଁ ସେ ଗୀତ ଲେଖିଛନ୍ତି। ଅନେକ ଫିଲ୍ଲର ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।  ୨୦୦୨ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ୫ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ୨୨ଟି ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ୨୦୦୪ ମସିହାରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ଏବଂ ୨୦୧୩ରେ ଦାଦାସାହେବ ଫାଲକେ ପୁରସ୍କାର ପାଇଥିଲେ। ସେହିପରି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ହେଉଛନ୍ତି ଚିତ୍ରକୋଟ ସ୍ଥିତ ତୁଳସୀ ପୀଠର ପ୍ରତିଷ୍ଠାତା । ସେ ଜଣେ ପ୍ରସିଦ୍ଧ ହିନ୍ଦୁ ଧାର୍ମିକ ଗୁରୁ, ସଂସ୍କୃତ ବିଦ୍ୱାନ ତଥା ଲେଖକ। ସେ ୧୦୦ରୁ ଅଧିକ ପୁସ୍ତକ ଲେଖିଛନ୍ତି। ସେ ୨୨ଟି ଭାଷାରେ କଥାବାର୍ତ୍ତା ହୋଇପାରନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories