www.samajalive.in
Friday, December 5, 2025
26.1 C
Bhubaneswar

ଇନଷ୍ଟ୍ରାଗ୍ରାମରେ ଯୁବକଙ୍କୁ ପ୍ରଲୋଭିତ କରି ଆତଙ୍କୀ ବନାଉଥିଲେ ମହିଳା, ବାନ୍ଧିଲା ଏଟିଏସ

ସମାଜ ଡିଜିଟାଲ ଡେସ୍କ: ଇନଷ୍ଟାଗ୍ରାମରେ ଆଇଡି ଖୋଲି ଯୁବକମାନଙ୍କୁ ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା। ଅର୍ଥ ଲୋଭ ଦେଖାଇ ଆତଙ୍କବାଦୀ ସଂଗଠନରେ ସାମିଲ କରାଉଥିଲେ। ବର୍ଷ ବର୍ଷ ଧରି ଏପରି କାର୍ଯ୍ୟ କରିଆସୁଥିବା ଝାଡ଼ଖଣ୍ଡର ଜଣେ ମହିଳା ଆତଙ୍କବାଦୀଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ଗୁଜରାଟ ଏଟିଏସ(ଆତଙ୍କବାଦୀ ନିରୋଧୀ ସ୍କ୍ଵାଡ)। ଏହି ମହିଳା ଆତଙ୍କୀ ନାଁ ହେଉଛି ଶମା ପରବିନ। ସେ ଅଲକାଏତା ଆତଙ୍କବାଦୀ ସଂଗଠନର ଏକ୍ୟୁଆଇଏସ ବା ଅଲକାଏଦା ଇନ ଇଣ୍ଡିଆନ ସବକଣ୍ଟିନେଣ୍ଟ ଶାଖା ପାଇଁ କାର୍ଯ୍ୟ କରୁଥିଲା।

୩୦ ବର୍ଷୀୟା ଶମା ଇଲେକ୍‌ଟ୍ରୋନିକ ଡିଭାଇସ ଜରିଆରେ ପାକିସ୍ତାନ ସହିତ ସମ୍ପର୍କରେ ରହିଥିଲା। ଅତି ଭୟଙ୍କର ଭାବେ ତା’ର ବ୍ରେନଓ୍ବାଶ୍‌ କରାଯାଇଥିବା ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାନ୍ଧଓ୍ବୀ କହିଛନ୍ତି। ସେ ଭାରତରେ ଏକ୍ୟୁଆଇଏସର ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଛି। ସେ ୪/୫ଟି ଅନଲାଇନ ଟେରର ମଡ୍ୟୁଲ (ସାମାଜିକ ଗଣମାଧ୍ୟମରେ ଯୁବପିଢ଼ିଙ୍କୁ ଆତଙ୍କୀ ସଂଗଠନରେ ଭର୍ତ୍ତି କରିବାର କାର୍ଯ୍ୟକଳାପ)ରେ କାମ କରୁଥିଲା। କର୍ଣ୍ଣାଟକରେ ରହି ସେ ଏସବୁ ମଡ୍ୟୁଲ ପରିଚାଳନା କରୁଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories