www.samajalive.in
Thursday, December 11, 2025
15.1 C
Bhubaneswar

୫ କୋଟିର ଟିକସ ଠକେଇ: ଜିଏସ୍‍ଟି ଜାଲରେ ଛନ୍ଦି ହେଲେ ଆଉ ଜଣେ ବ୍ୟବସାୟୀ

ରାଉରକେଲା: ଜିଏସ୍‍ଟି ଠକେଇ ଅଭିଯୋଗରେ ଆଜି ଆଉ ଜଣେ ବ୍ୟବସାୟୀ ବନ୍ଧା ହୋଇଛନ୍ତିି। ସେ ହେଲେ ଅଜାଜ ଅହମ୍ମଦ। ଅଜାଜ ଦୀନନାଥ ଲେନ୍‍ରେ ରହୁଥିଲେ। ୪୨ କୋଟି ଜିଏସ୍‍ଟି ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଟକ ରହିଥିବା ସନ୍ତୋଷ ଗୁପ୍ତାଙ୍କ ସହଯୋଗୀ ଥିଲେ। ଗିରଫ ଭୟରେ ସେ ରାଉରକେଲାରୁ ଖସି ଯାଇ ଝାରସୁଗୁଡ଼ାରେ ଲୁଚି ଥିଲେ। ଜିଏସ୍‍ଟି ଗୁଇନ୍ଦା ବିଭାଗ ଅଧିକାରୀମାନେ ଗତକାଲି ରାତିରେ କାଇଦା କୌଶଳ କରି ସେଠାରୁ ଗିରଫ କରିଥିଲେ। ଆଜି ତାଙ୍କୁ ଏଠାକାର କୋର୍ଟରେ ପେଶ୍‍ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହୋଇଯିବାରୁ ସେ ଜେଲ ହାଜତକୁ ଯାଇଛନ୍ତି।

ଜିଏସ୍‍ଟି ଗୁଇନ୍ଦା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଜାଜ ଦୁଇଟି ଫେକ୍‍ କମ୍ପାନୀ ଚଳାଉଥିଲେ। ସୋନି ଆଇରନ ଏଣ୍ଡ ଷ୍ଟିଲ ଏବଂ ହରିହର ଏଣ୍ଟରପ୍ରାଇଜେସ୍‍ ନାଁରେ ସେ ବ୍ୟବସାୟ ଚଳାଉଥିଲେ। ସୋନି ଆଇରନ ଏଣ୍ଡ ଷ୍ଟିଲର ନିଜେ ୍ରପ୍ରୋପ୍ରାଇଟର ଥିଲେ। ହରିହର ଏଣ୍ଟର ପ୍ରାଇଜେସ୍‍ ନାଁରେ ସେ ଏକ ଜାଲ କମ୍ପାନୀ ଚଳାଉଥିଲେ। କେବଳ ନାଁକୁ ମାତ୍ର ଦୁଇଟି କମ୍ପାନୀ ଥିଲା। କୌଣସି ମାଲପତ୍ର ନ କିଣି କେବଳ ସେ କାଗଜପତ୍ରରେ କମ୍ପାନୀ ଚଳାଉଥିଲେ। ବିଭିନ୍ନ ଲୋକ ଓ ବ୍ୟବସାୟୀମାନଙ୍କୁ ଜାଲ ଇନ୍‍ଭଏସ୍‍ ଯୋଗାଣ କରୁଥିଲେ। ୨୦୧୮ରୁ ସେ ଏହି ବ୍ୟବସାୟ କରୁଛନ୍ତି। ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଦୁଇଟି କମ୍ପାନୀ ନାଁରେ ପ୍ରାୟ ୨୮ କୋଟିର ଫେକ୍‍ ଇନ୍‍ଭଏସ୍‍ କାଟିଛନ୍ତି। ଏହି ଫେକ୍‍ କାରବାରରୁ ସେ ୫ କୋଟି ୨ ଲକ୍ଷ ଟଙ୍କାର ଜିଏସ୍‍ଟି ହଡ଼ପ କରିଥିବା ସୂଚନା ମିଳିଥିଲା। ଆଳୁ ଖୋଳୁଖୋଳୁ ମହାଦେବ ବାହାରିଲା ପରି ସନ୍ତୋଷ ଗୁପ୍ତା ଘଟଣାର ତଦନ୍ତ ବେଳେ ଅଜାଜର କଳା କାରବାରର ଆଭାସ ମିଳିଥିଲା। ସନ୍ତୋଷ ଗୁପ୍ତାର ଅଜାଜ ଜଣେ ସହଯୋଗୀ ଥିଲେ।

- Advertisement -

ସନ୍ତୋଷ ଗୁପ୍ତା କାରବାର ସହିିତ ଅଜାଜର ଲିଙ୍କ୍‍ ଥିବା ସୂଚନା ମିଳିଲା ପରେ ଅଧିକାରୀମାନେ ଅଜାଜ ସମ୍ପର୍କରେ ସୂଚନା ପାଇଥିଲେ। ସନ୍ତୋଷ ଗୁପ୍ତା ଅଫିସରୁ ଅଜାଜର ଦୁଇଟି କମ୍ପାନୀର କିଛି ଫେକ୍‍ ବିଲ୍‍ ମିଳିଥିଲା। ତାକୁ ହିଁ ଆଧାର କରି ଗୁଇନ୍ଦା ଅଧିକାରୀମାନେ ଅଜାଜର ନିକଟର ହୋଇଥିଲେ। ୫ କୋଟିରୁ ଅଧିକ ଜିଏସ୍‍ଟି ଠକିଥିବା ଜଣା ପଡ଼ିଲା ପରେ ସ୍ଥାନୀୟ ଦୀନନାଥ ଲେନ୍‍ସ୍ଥିତ ତା’ ଘରେ ଚଢ଼ଉ ହୋଇଥିଲା। ମାତ୍ର ଅଜାଜ କୌଣସି ସୂତ୍ରରୁ ଆଗୁଆ ଖବର ପାଇ ଝାରସୁଗୁଡ଼ା ଫେରାର ହୋଇ ଯାଇଥିଲା। ଗତକାଲି ରାତିରେ ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା। ଆଜିର ଏହି ଗିରଫଦାରୀ ପରେ ରାଉରକେଲା ସହର ଜିଏସ୍‍ଟି ଚୋରଙ୍କ ଚରାଭୂଇଁ ପାଲଟି ଯାଇଛି। ଦୁଇ ଦିନ ତଳେ ୪୨ କୋଟି ଜିଏସ୍‍ଟି ଚୋରି ଅଭିଯୋଗରେ ଓଡ଼ିଶା ଜିଏସ୍‍ଟିର ଅଧିକାରୀମାନେ ମେସର୍ସ ନାୟକ ଏଣ୍ଟରପ୍ରାଇଜେସ୍‍ ସଂପୃକ୍ତ ସ୍ମୃତିରଞ୍ଜନ ମହାନ୍ତି, ତା’ର ଭାଇ ସୌମ୍ୟରଂଜନ ମହାନ୍ତି ଓ ରାଜୀବ ମିଶ୍ରଙ୍କୁ ଗିରଫ କରିଥିଲେ।

ରାଜୀବ ନିଜକୁ ସାଧାରଣରେ ଚାଟାର୍ଡ଼ ଏକାଉଣ୍ଟ ପରିଚୟ ସୃଷ୍ଟି କରିଥିଲେ। ସେହିପରି ସ୍ମୃତି ରଞ୍ଜନ ରାଉରକେଲାରେ କିଛି ବର୍ଷ ତଳେ ସାମ୍ବାଦିକ ବୋଲି ପରିଚୟ ଦେଉଥିଲେ। ବିଭିନ୍ନ ଖବର କାଗଜର ଜାଲ ପ୍ରେସ କାର୍ଡ଼ ବ୍ୟବହାର କରି ସ୍ମୃତି ଧରା ପଡ଼ିଥିଲେ। କେବଳ ଏତିକି ନୁହେଁ ଏକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ପୁଲିସ କେଶ୍‍ରେ ଫସିଥିଲେ। ସେହିପରି ତାଙ୍କ ଭାଇ ସୌମ୍ୟ ରାଉରକେଲାର ଏକ ଘରୋଇ ସିକ୍ୟୁରିଟି କମ୍ପାନୀରେ ଏକାଉଟାଣ୍ଟ ଭାବେ କାମ କରୁଥିଲେ। ଟଙ୍କା ଚୋରି କରି ଧରା ପଡ଼ିବାରୁ ସୌମ୍ୟଙ୍କୁ ସିକ୍ୟୁରିଟି କମ୍ପାନୀ ମାଲିକ ଚାକିରୀରୁ ବାହାର କରି ଦେଇଥିଲେ। ଏସବୁ ବଦନାମ ପରେ ଦୁଇ ଭାଇ ଜିଏସ୍‍ଟି ଠକେଇ ମାମଲାରେ ବନ୍ଧା ହୋଇ ଏବେ କଟକ ଚୌଦ୍ୱାର ଜେଲରେ ଅଛନ୍ତି। ନାୟକ ଏଣ୍ଟରପ୍ରାଇଜେସ୍‍ ଠକେଇ ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଏବେ ବି ଫେରାର ଅଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories