www.samajalive.in
Tuesday, December 9, 2025
16.1 C
Bhubaneswar

ଇମ୍ରାନଙ୍କ ‘ନୂଆ ପାକିସ୍ତାନ’ : ଅଣ୍ଡା ଗୋଟାକୁ ୩୦, ଚିନି ୧୦୪ ଏବଂ ଅଦା କେଜି ୧୦୦୦ ଟଙ୍କା

 

ଇସଲାମାବାଦ : ‘ନୂଆ ପାକିସ୍ତାନ’ ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇ ପୁଣି କ୍ଷମତାକୁ ଫେରିବାକୁ ଦାବି କରୁଥିବା   ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନରେ ଦେଶର ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ମହଙ୍ଗା ମାଡ ଲୋକଙ୍କୁ ଅତିଷ୍ଠ କରିଛି। ମୁଦ୍ରାସ୍ଫୀତି ଘୋର ସଂକଟ ସୃଷ୍ଟି କରିଛି।  ପନିପରିବା ଏବଂ ଡାଲି ସମେତ ଅଣ୍ଡାର ମୂଲ୍ୟ ଆକାଶ ଛୁଆଁ ହୋଇଛି। ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କା, ଏକ କିଲୋଗ୍ରାମ ଚିନି ୧୦୪ ଟଙ୍କା, ଏକ କିଲୋଗ୍ରାମ ଗହମ ୬୦ ଟଙ୍କା ଏବଂ ଅଦା କେଜି ଏକ ହଜାର ଟଙ୍କାରେ  ବିକ୍ରି ହେଉଛି।

- Advertisement -

ପ୍ରଧାନମନ୍ତ୍ରୀ ଇମ୍ରାନ କିଛି ଦିନ ପୂର୍ବରୁ ଚିନି ମୂଲ୍ୟ ହ୍ରାସ କରିଥିବା ଦାବି କରିଥିଲେ ମଧ୍ୟ ବାସ୍ତବରେ ପାକିସ୍ତାନରେ ମୁଦ୍ରାସ୍ଫୀତି ସବୁ ରେକର୍ଡ ଭାଙ୍ଗିଛି । ପାକିସ୍ତାନର ଅଗ୍ରଣୀ ଖବରକାଗଜ ‘ଦ ଡନ୍’ ଅନୁଯାୟୀ, ଦେଶର ଅଧିକାଂଶ ସ୍ଥାନରେ ଥଣ୍ଡା ଚାହିଦା ବୃଦ୍ଧି ହେତୁ ଅଣ୍ଡାର ମୂଲ୍ୟ ଡଜନ ପ୍ରତି ୩୫୦ ପାକିସ୍ତାନୀ (ପ୍ରାୟ ୧୬୦ ଭାରତୀୟ ଟଙ୍କା)ରେ ପହଞ୍ଚିଛି। ସୂଚନା ଯୋଗ୍ୟ ପାକିସ୍ତାନର ୨୫% ରୁ ଅଧିକ ଲୋକ ଦାରିଦ୍ର ସୀମାରେଖା ତଳେ ଅଛନ୍ତି। ଏହି ଲୋକମାନେ ସେମାନଙ୍କ ଖାଦ୍ୟରେ ଅଣ୍ଡାକୁ ବହୁଳ ଭାବରେ ବ୍ୟବହାର କରନ୍ତି ।

ସମସ୍ତ ରେକର୍ଡ ଭାଙ୍ଗିଲା ଗହମର ମୂଲ୍ୟ

ଗତ ଡିସେମ୍ବରରେ ଦେଶର ଅବସ୍ଥା ଅତ୍ୟନ୍ତ ଖରାପ ହେବାକୁ ଲାଗିଥିଲା। ଯେତେବେଳେ  ୪୦ କିଲୋଗ୍ରାମ ଗହମର ମୂଲ୍ୟ ୨୦୦୦ରେ ପହଞ୍ଚିଥିଲା। କିନ୍ତୁ ଏହି ରେକର୍ଡ ଅକ୍ଟୋବର ୨୦୨୦ରେ ଭାଙ୍ଗିଲା। ବର୍ତ୍ତମାନ ୪୦ କିଲୋଗ୍ରାମ ଗହମ ୨୪୦୦ ଟଙ୍କା ଏଠାରେ ବିକ୍ରି ହେଉଛି।

ପୂର୍ବରୁ ପାକିସ୍ତାନ ବିଶ୍ୱକୁ ପିଆଜ ରପ୍ତାନି କରୁଥିଲା । କିନ୍ତୁ ବର୍ତ୍ତମାନ ସେଠାରେ ପିଆଜ ମୂଲ୍ୟ ହ୍ରାସ କରିବା ସହ ଏହାକୁ ଆମଦାନୀ କରିବାକୁ ପଡିବ।  ସାଧାରଣ ଲୋକଙ୍କ ପାଇଁ ମଇଦା ଏବଂ ଚିନି ମୂଲ୍ୟ ହ୍ରାସ କରିବାକୁ ଇମ୍ରାନ ଖାନଙ୍କ ସରକାର ଏବଂ ଅଧିକାରୀମାନେ ବୈଠକ କରୁଛନ୍ତି।

ବିଶ୍ୱରେ ପାକିସ୍ତାନ ଦେଖିଲା ସର୍ବାଧିକ ମୁଦ୍ରାସ୍ଫୀତି

ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ (ଏସବିପି) ଦ୍ବାରା ପ୍ରକାଶିତ ଏପ୍ରିଲ୍ ମୁଦ୍ରାସ୍ଫୀତି ମନିଟରରେ ଦର୍ଶାଯାଇଛି ଯେ ‘ ପାକିସ୍ତାନ ନା କେବଳ ବିକଶିତ ଅର୍ଥ ବ୍ୟବସ୍ଥାରେ ନୁହେଁ, ବରଂ ପାକିସ୍ତାନ ସର୍ବାଧିକ ମୁଦ୍ରାସ୍ଫୀତି ଦେଖିଛି’। ୨୦୨୦ ଆର୍ଥିକ ବର୍ଷ ପାକିସ୍ତାନ ବାସୀଙ୍କ ପାଇଁ ସବୁଠାରୁ ଖରାପ ବର୍ଷ ଥିଲା। କାରଣ ଏହି ସମୟ ମଧ୍ୟରେ ସେମାନେ ବିଶ୍ୱରେ ସର୍ବାଧିକ ମୁଦ୍ରାସ୍ଫୀତି ଦେଖିଲେ, ଯାହା ନୀତି ନିର୍ଦ୍ଧାରକମାନଙ୍କୁ ସୁଧ ହାର ବଢାଇବାକୁ ବାଧ୍ୟ କଲା।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories