www.samajalive.in
Thursday, December 11, 2025
26.1 C
Bhubaneswar

ବଡ଼ମ୍ବା ମୁଗଗହୀର ଗ୍ରାମରେ ଆଘଟଣ : ରକ୍ତାକ୍ତ ଆକ୍ରମଣରେ ଯୁବକର ମୃତ୍ୟୁ ଓ ୩ ଆହତ

ବଡ଼ମ୍ବା : ସାମାନ୍ୟ ବାଇକ୍ ରଖିବାକୁ କେନ୍ଦ୍ରକରି କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ମୁଗଗହୀର ଗ୍ରାମରେ ଗୋଟିଏ ପରିବାରକୁ ସଙ୍ଗବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରର ଅନ୍ୟ ୩ଜଣ ସଦସ୍ୟ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଥିବା ଜଣାଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ହେଲେ ମୁଗହୀର ଗ୍ରାମର ଦିଲିଆ ଓରଫ ସୁନୀଲ କୁମାର ଖଟୁଆ(୩୫)। ମୁଖ୍ୟଅଭିଯୁକ୍ତ ଚରଣ ରାଉତକୁ ପୁଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ପ୍ରାୟ ୧୫ରୁ ୧୮ଜଣ ପୁରୁଷ ଓ ମହିଳା ସଙ୍ଗବଦ୍ଧ ଭାବେ ଅତର୍କିତ ଆକ୍ରମଣ କରିଥିବା ମୃତକଙ୍କ ପରିବାର ତଥା ଗ୍ରାମବାସୀ କହିଛନ୍ତି । ପୁଅକୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପିତା କୈଳାସ ଖଟୁଆ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ଅପରପକ୍ଷରେ ଏହି ହତ୍ୟାକାଣ୍ଡର ଅନେକ ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳକୁ ପୁଲିସ ଗାଡ଼ି ଗଡ଼ିନଥିବା ଏବଂ ପୁଲିସର କର୍ତ୍ତବ୍ୟରେ ବିଳମ୍ବକୁ ନେଇ ସ୍ଥାନୀୟ ଲୋକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣା ପରଦିନ ଅର୍ଥାତ୍ ଗୁରୁବାର ଦିନ ଗ୍ରାମର ଶତାଧିକଲୋକ ବଡ଼ମ୍ବାଥାନାରେ ରୁଣ୍ଡହୋଇ ତୁରନ୍ତ ଫେରାରଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଏବଂ ପୀଡ଼ିତ ପରିବାରଙ୍କୁ ନ୍ୟାୟ ଦାବି କରିଥିଲେ। ଅପରାହ୍ନ ପର୍ଯ୍ୟନ୍ତ ପୁଲିସଠାରୁ କୌଣସି ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ମୃତକଙ୍କ ଶବକୁ ରଖି ଶତାଧିକ ଗ୍ରାମବାସୀ ଟାୟାର ଜାଳି ବଡ଼ମ୍ବା ଥାନା ସମ୍ମୁଖ ମୁଖ୍ୟରାସ୍ତାରେ ଧାରଣା ଦେଇଥିଲେ। ଖବରପାଇ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ, ବଡ଼ମ୍ବା ଅତିରିକ୍ତ ତହସିଲଦାର ତପନ କୁମାର ପରିଡ଼ା ପ୍ରମୁଖ ସ୍ଥାନୀୟ ନେତୃବର୍ଗଙ୍କ ସହିତ ଧାରଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହେବା ସହ ଶବ ସତ୍କାରଲାଗି ପରିବାରକୁ ହସ୍ତାନ୍ତର କରାଯାଇଥିଲା । ପୁଲିସ ବିଳମ୍ବକୁ ବଡ଼ମ୍ବା ଥାନା ଆଇଆଇସି ନିରଞ୍ଜନ ଦାସ ଖଣ୍ଡନ କରିଥିବା ବେଳେ ଖୁବଶୀଘ୍ର ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବାନେଇ ତନାଘନା ତଦନ୍ତ ଜାରି ରହିଥିବା କହିଛନ୍ତି । ସେପଟେ ମୃତକଙ୍କ ପରିବାର ଲୋକ ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ଖୁଲମ ଖୋଲା ଗ୍ରାମ ସନ୍ନିକଟରେ ବୁଲାବୁଲି କରୁଛନ୍ତି। ଅନ୍ୟ ପରିବାର ସଦସ୍ୟଙ୍କୁ ମାରଧର କରିବେ ବୋଲି ଧମକ ଦେଉଛନ୍ତି । ଏପରିକି ଘଟଣାକୁ ଚପାଇଦେବାକୁ ଗ୍ରାମର ଜନୈକ ଶିକ୍ଷକ ଅଭିଯୁକ୍ତଙ୍କୁ ସହାୟତା କରୁଥିବା ତଥା ରାଜନେତାଙ୍କ ହସ୍ତକ୍ଷେପ ରହୁଥିବା ମୃତକଙ୍କ ପରିବାର ଗଣମାଧ୍ୟମକୁ କହିଛନ୍ତି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories