www.samajalive.in
Thursday, December 11, 2025
18.1 C
Bhubaneswar

ଆଖୁର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚିନି ଦର ବଢିବନି କହିଲେ ମନ୍ତ୍ରୀ

ସରକାର ଆଖୁର ମୂଲ୍ୟ କୁଇଣ୍ଟାଲ ପିଛା ୨୯୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ସରକାର ଅନୁମୋଦନ କରିଥିବା ସରକାର ଅନୁମୋଦନ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ତେବେ ବଜାରରେ ଚିନି ମୂଲ୍ୟ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି ଯେ ଆଖୁ ପାଇଁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ ଅଗଷ୍ଟରେ ଆଖୁର କ୍ୱିଣ୍ଟାଲ ପିଛା ମୂଲ୍ୟ ୨୮୫ରୁ ୫ଟଙ୍କା ବୃଦ୍ଧି ହୋଇଛି। କୃଷି ଆଇନକୁ ବିରୋଧ କରି ବିକ୍ଷୋଭ ଜାରି ରହିଥିବା ବେଳେ ଏବଂ ପଞ୍ଜାବରେ ଆଖୁ ଚାଷୀମାନେ ଦର ବୃଦ୍ଧି ନେଇ ଦାବି କରୁଥିବା ବେଳେ ଏହି ଘୋଷଣା କରାଯାଇଛି। ବିରୋଧୀ ଚାଷୀଙ୍କ ସହ ଆଲୋଚନା ପରେ ପଞ୍ଜାବ ସରକାର ରାଜ୍ୟରେ ଆଖୁ ଦର କ୍ୱିଣ୍ଟାଲ ପିଛା ୩୫ ଟଙ୍କା ବୃଦ୍ଧି କରିବା ପରେ ଏହାର ଦର ୩୬୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ନିଷ୍ପତ୍ତିକୁ କୃଷକମାନେ ଗ୍ରହଣ କରିଛନ୍ତି।

- Advertisement -

ବୁଧବାର ସକାଳେ କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଆଖୁ ଦର ବୃଦ୍ଧି ନକରିବାରୁ ଉତ୍ତରପ୍ରଦେଶ ସରକାରଙ୍କୁ ନିନ୍ଦା କରିଛନ୍ତି। ଏହାର ଜବାବରେ ଶ୍ରୀ ଗୋୟଲ କହିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ଦୃଢ ପଦକ୍ଷେପ ନେଇଛନ୍ତି। ପଞ୍ଜାବ ସରକାରଙ୍କ ନିଷ୍ପତ୍ତି ବିଷୟରେ ପଚରାଯିବାରୁ ସେ ଏହା ଏକ ରାଜ୍ୟ ପ୍ରସଙ୍ଗ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ବୃଦ୍ଧି ଚିନି ମୂଲ୍ୟ ଉପରେ ପ୍ରଭାବ ପକାଇବ ନାହିଁ। ତେବେ ୫ କୋଟି କୃଷକ ଏହି ନିଷ୍ପତ୍ତି ଦ୍ୱାରା ଲାଭବାନ ହେବେ ବୋଲି ସେ କହିଛନ୍ତି।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories