www.samajalive.in
Saturday, December 6, 2025
26.1 C
Bhubaneswar

ପେଟ୍ରୋଲ, ଡିଜେଲରେ ୩ ଟଙ୍କା ଉତ୍ପାଦନ ଶୁଳ୍କ ବଢ଼ାଇଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ୩ ଟଙ୍କା ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି। ଏକ ଲିଟର ପେଟ୍ରୋଲ ଓ ଡିଜେଲ ପିଛା ୩ ଟଙ୍କା ଉତ୍ପାଦନ ଶୁଳ୍କ ଲାଗୁ ହୋଇଛି। ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜରିଆରେ ଏ ନେଇ ସୂଚନା ଦିଆଯାଇଛି।

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଉତ୍ପାଦନ ଶୁଳ୍କ, ଭାଟ୍‌ ଏବଂ ଡିଜେଲ କମିଶନ ସାମିଲ ହୋଇଥାଏ। ତେବେ ଉତ୍ପାଦନ ଶୁଳ୍କ ବୃଦ୍ଧି ହୋଇଥିଲେ ହେଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ବଡ଼ ପରିବର୍ତ୍ତନ ଘଟିବ ନାହିଁ। ଅନ୍ୟପଟେ ସରକାର ଉତ୍ପାଦଳ ଶୁଳ୍କ ବୃଦ୍ଧି କରିଥିବାରୁ ଅନ୍ତର୍ଜାତୀୟ ବଜାରରେ ତୈଳଦର ହ୍ରାସ ସତ୍ବେ ଗ୍ରାହକଙ୍କୁ ଏହାର ବିଶେଷ ଫାଇଦା ମିଳିବ ନାହିଁ। ଆଇଓସିଏଲ ୱେବ୍‌ସାଇଟ୍‌ ଅନୁସାରେ, ଶନିବାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଶୁକ୍ରବାର ତୁଳନାରେ କମ୍‌ ରହିଛି।

- Advertisement -

ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ୭୦ ଟଙ୍କା ଥିବାବେଳେ ଶନିବାର ୬୯.୮୭ ଟଙ୍କା ରହିଛି। ସେହିପରି ଗତ ଶୁକ୍ରବାର କଲକାତାରେ ପେଟ୍ରୋଲ ୭୨.୭୦ ଟଙ୍କା, ମୁମ୍ବଇରେ ୭୫.୭୦ ଟଙ୍କା ଏବଂ ଚେନ୍ନାଇରେ ୭୨.୭୧ ଟଙ୍କା ଥିଲା। ଶନିବାର କଲକାତାରେ ପେଟ୍ରୋଲ ୭୨.୫୭ ଟଙ୍କା, ମୁମ୍ବଇରେ ୭୫.୫୭ ଟଙ୍କା ଓ ଚେନ୍ନାଇରେ ୭୨.୫୭ ଟଙ୍କା ରହିଛି। ଅନ୍ୟପଟେ ଦିଲ୍ଲୀରେ ଡିଜେଲ ଶୁକ୍ରବାର ୬୨.୭୪ ଟଙ୍କା ଥିବାବେଳେ ଶନିବାର ତାହା ୬୨.୫୮ ଟଙ୍କା ହୋଇଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories