www.samajalive.in
Friday, December 12, 2025
26.1 C
Bhubaneswar

ଗୋରଖପୁର ଦଙ୍ଗା ମାମଲା; ଯୋଗୀ ଆଦିତ୍ୟନାଥଙ୍କୁ ଆଶ୍ୱସ୍ତି

ଆହ୍ଲାବାଦ : ଆହ୍ଲାବାଦ ହାଇକୋର୍ଟରୁ ଗୋରଖପୁର ଦଙ୍ଗା ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁରୁବାର ବଡ ଆଶ୍ୱସ୍ତି ମିଳିଛି । ଆହ୍ଲାବାଦ ହାଇକୋର୍ଟ ୨୦୦୭ ଗୋରଖପୁର ଦଙ୍ଗା ମାମଲାରେ ଯୋଗୀ ଆଦିତ୍ୟନାଥଙ୍କ ଭୂମିକାର ପୁନଃତଦନ୍ତ ଆବେଦନକୁ ଖାରଜ କରିଦେଇଛନ୍ତି । ଆବେଦନକାରୀ ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ୨୦୦୭ ଜାନୁଆରୀ ମାସରେ ଗୋରଖପୁରରେ ଜଣେ ହିନ୍ଦୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ହୋଇଥିଲା । ଏହି ଦଙ୍ଗା ନେଇ ୨୦୦୭ ଜାନୁଆରୀ ୨୭ରେ ଏକ ମାମଲା ରୁଜୁ ହୋଇଥିଲା । ଏତଲାରେ ଦର୍ଶାଯାଇଥିଲା ଯେ ଆଦିତ୍ୟନାଥ ପ୍ରତିଶୋଧ ନେବାକୁ ଏକ ଉତ୍ତେଜନା ମୂଳକ ଭାଷଣ ଦେଇଥିଲେ; ଯାହା ଦଙ୍ଗାର ରୂପ ନେବାରେ ସହାୟକ ହୋଇଥିଲା । ଆହ୍ଲାବାଦ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ୨୦୦୮ରେ ଗୋରଖପୁର କ୍ୟାଣ୍ଟ ଥାନାରେ ଘଟଣାରେ ମାମଲା ରୁଜୁ ହୋଇଥିଲା। ପରେ ମାମଲାର ତଦନ୍ତ ଭାର ସିବି-ସିଆଇଡ଼ିଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ସରକାର ୨୦୧୭ ମଇ ୩ରେ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଶୁଣାଣି ଜାରି ରଖିବାକୁ ମନା କରିଦେଇଥିଲେ । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଯୋଗୀଙ୍କ ଭାଷଣର ଭିଡିଓ ରେକଡିଂରେ କଟାକଟି କରାଯିବା ପରେ ପୁନଃ ତଦନ୍ତ ପାଇଁ ଆବେଦନ କରାଯାଇଛି । ଗୁରୁବାର ହାଇକୋର୍ଟ ଏହି ଆବେଦନକୁ ଖରାଜ କରିଦେଇଛନ୍ତି ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories