www.samajalive.in
Friday, December 5, 2025
23.1 C
Bhubaneswar

ମୃତ ବ୍ୟକ୍ତିଙ୍କୁ ଚିକିତ୍ସା କରି ଲୁଟୁଥିଲେ ମୋଟାଅଙ୍କର ଟଙ୍କା, ବାନ୍ଧିଲା ପୁଲିସ୍‌….

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗୋରଖପୁରରେ ଥିବା ଏକ ହସ୍ପିଟାଲରେ କିଛି ମାଫିଆ ଗ୍ୟାଙ୍ଗକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ହସ୍ପିଟାଲରେ ମୃତ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ଏବଂ ଚିକିତ୍ସା କରାଯିବା ପରେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ଏକ ଲମ୍ବା ଚିଠା ପ୍ରଦାନ କରାଯାଉଥିଲା। ଏହି ଘଟଣାରେ ପୁଲିସ ୮ଜଣଙ୍କୁ ଗିରଫ କରିବା ସହ ହସ୍ପିଟାଲକୁ ସିଲ୍ କରିଛି। ଏମାନେ ସମସ୍ତେ ମୃତରୋଗୀଙ୍କୁ  ଚିକିତ୍ସା କରାଉଥିଲେ । ଏବଂ ରୋଗୀଙ୍କ ପରିବାର ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ। ମରିଶ ଶିବ ବାଲକ ପ୍ରସାଦ ନାମକ ଜଣେ ମୃତକଙ୍କ ପୁଅ ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି। ସେ କହିଛନ୍ତି ଆମକୁ ଲାଗିଲା ଯେ ବାପା ଜୀବିତ ଅଛନ୍ତି। କିନ୍ତୁ ଡାକ୍ତର ବାପାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର ଚିକିତ୍ସା କରୁଥିଲେ। ଆହୁରି ମଧ୍ୟ ସେ କହିଛନ୍ତି ହସ୍ପିଟାଲ ଷ୍ଟାଫ୍ ମାନେ ଆମଠାରୁ ପ୍ରଥମେ ୫ ହଜାର , ତାପରେ ୨୦ ହଜାର ଏବଂ ଶେଷରେ ୫୦ ହଜାର ଟଙ୍କାର ବିଲ୍ ଦେଇଥିଲେ। କିନ୍ତୁ ବାପାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାଉନଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା। କିନ୍ତୁ ଯେତେବେଳେ ସତ ସାମ୍ନାକୁ ଆସିଲା ପୁଲିସ୍ ଘଟଣାରେ ୮ ଜଣଙ୍କୁ ଗିରଫ କରିଛି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories