www.samajalive.in
Friday, December 5, 2025
26.1 C
Bhubaneswar

ଦୁର୍ଘଟଣାରେ ଆହତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ

ଗୋପାଳପୁର: ଗୋଳନ୍ଥରା ଥାନା ଅର୍ନ୍ତଗତ କନିଷି-ତୁଳୁ ରାସ୍ତାରେ ଶୁକ୍ରବାର ରାତି ୧୦ଟା ବେଳେ ଦୁଇ ମୋଟର ସାଇକେଲ ମଧ୍ୟରେ ଧକ୍କା ହେବାରୁ ଜଣେ ମୋଟରସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିଲେ। ଆହତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ହିଞ୍ଜିଳା ପଲ୍ଲୀର ପୂର୍ଣ୍ଣ ଚନ୍ଦ୍ର ଦାସ(୨୭)। ମୃତ ପୂର୍ଣ୍ଣଚନ୍ଦ୍ର ନିଜ ମୋଟରସାଇକେଲ ଯୋଗେ କନିଷିରୁ ଗାଁକୁ ଫେରୁଥିଲେ। ତୁଳୁ ରାସ୍ତାର ସାମ୍ନା ପଟୁ ଦ୍ରୁତଗାମୀରେ ଆସୁଥିବା ଏକ ମୋଟରସାଇକେଲ ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା। କିନ୍ତୁ ଚିକିତ୍ସିତ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ଭାଇ ଗଙ୍ଗା ଦାସ ଆଜି ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ମାମଲା ରୁଜୁ ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିବା ସହ ତଦନ୍ତ ଜାରି ରଖିଛି।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories