www.samajalive.in
Wednesday, December 10, 2025
26.1 C
Bhubaneswar

ରଙ୍ଗ୍‌ ରୁଟ୍‌ରେ ବାଇକ୍‌ ଚାଳନା ମହଙ୍ଗା ପଡ଼ିଲା; ଚାଲିଗଲା ୨ ଜୀବନ

ଗୋପାଳପୁର: ଡେଥ୍ ଜୋନ ଭାବେ ପରିଚିତ ଜାତୀୟ ରାଜପଥ ନଂ ୧୬ର କନିଷି ରାସ୍ତାରେ ପୁଣି ଦୁଇଜଣଙ୍କ ଜୀବନ ଯାଇଛି। ମୃତକ ଦୁଇଜଣ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଗାଁର କାହ୍ନୁଚରଣ ରାଉଳ(୪୦) ଓ ମନୋଜ ରାଉଳ(୩୦)। ଅନ୍ୟ ପଟେ ଏହି ଦୁଇସାଙ୍ଗ ରଙ୍ଗ୍‌ ରୁଟ୍‌ରେ ମଟରସାଇକେଲ ଚାଳନା କରି ଘରକୁ ଫେରୁଥିବାବେଳେ ବେଳେ ଇଚ୍ଛାପୁର ପଟୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଗୋଳନ୍ଥରାର ଦୁଇ ବନ୍ଧୁ ଶନିବାର ରାତି ୧୧ଟା ବେଳେ କାହ୍ନୁଙ୍କ ପରିବାରର ସଦସ୍ୟ ଅସୁସ୍ଥ ଥିବାରୁ ବ୍ରହ୍ମପୁର ଡାକ୍ତରଖାନାରୁ ନିଜ ମୋଟର ସାଇକେଲରେ କନିଷି ଫେରିଥିଲେ। ସେଠାରେ ଏକ ଢ଼ାବାରେ ଖାଇ ଗୋଳନ୍ଥରା ଯାଉଥିବା ବେଳେ କନିସି ହାଟ ନିକଟ ପେଟ୍ରୋଲ ପମ୍ପ ନିକଟରେ ଅପର ପକ୍ଷରୁ ଇଚ୍ଛାପୁର ପଟୁ ଆସୁଥିବା ଏକ ଅଜଣା ଗାଡ଼ି ଆସି ଧକ୍କା ଦେଇ ଘଟଣା ସ୍ଥଳରୁ ବ୍ରହ୍ମପୁର ପଟେ ଚାଲି ଯାଇଥିଲା। ଘଟଣା ସ୍ଥଳରେ ମନୋଜ ରାଉଳଙ୍କ ମୁତ୍ୟୁ ଘଟିଥିବା ବେଳେ କାହ୍ନୁ ଚରଣ ରାଉଳଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ସେଠାରେ କାହ୍ନୁଚରଣଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କୃଷ୍ଣଚନ୍ଦ୍ର ରାଉଳଙ୍କ ପରିବାର ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ଥାନା କେସ୍‌ ନଂ ୬୭୨/୨୩ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିବା ଗୋଳନ୍ଥରା ପୁଲିସ ପକ୍ଷରୁ ସୂଚନା ମିଳିଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories