ଗୋପାଳପୁର: ଗୋଦାମ ଘରୁ ତାଲା ଭାଙ୍ଗି ଲୁଟ କରିଥିବା ମାମଲାରେ ସମ୍ପୃକ୍ତ ଅଭିଯୁକ୍ଗିତ ଜଣଙ୍କୁ ଗିରଫ କରି ପୁଲିସ ଆଜି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ନିୟୁ ନାରାୟଣପୁର ଓ ଡିଆରପି କୋଲନୀର ଗୋପାଳ ପ୍ରଧାନ ବୋଲି ପୁଲିସ କହିଛି l ଆର୍ମି ଏ. ଡ଼ି କଲେଜ ନିକଟରେ ଥିବା ଏକ ଗୋଦାମ ଘରରୁ ଦୁର୍ବତ୍ତ ମାନେ ତାଲା ଭାଙ୍ଗି କୋପର ୱାଇର, ରସ ସାମଗ୍ରୀ, କଂକରିଡ ଭଙ୍ଗା ମେସିନ, କାଠ କାଟିବା ମେସିନ, ଗ୍ରାଇଣ୍ଡେର, ଡ୍ରିଲ ମେସିନ ଆଦି ଚୋରି ହୋଇଥିବା ନେଇ କଣ୍ଟ୍ରାକ୍ଟର ରାଜ କୁମାର ଯୋଶୀ ଗୋପାଳପୁର ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୬୩/୨୩ ମାମଲା ରୁଜୁ କରି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ତଦନ୍ତକାରି ଅଫିସର ଏଏସଆଇ ବି. ତିରୁପତି ରାଓ ଘଟଣା ସ୍ଥଳକୁ ଯାଇ ସିସି ଫୁଟେଜରେ ଅଭିଯୁକ୍ତକୁ ଚିନ୍ନଟ କରି ଖୋଜା ଖୋଜି ଜାରି ରଖିଥିଲେ। ଆଜି ସକାଳେ ଅଭିଯୁକ୍ତ ଜଣକ ଡୁରା ଅଭିମୁଖେ ଯାଉଥିବା ବିଶେଷ ସୂତ୍ରରୁ ଖବର ପାଇଁ କାବୁ କରିଥିଲେ l ଥାନାକୁ ଆଣି ପଚରା ଉଚରା ପରେ ଅଭିଯୁକ୍ତ ଠାରୁ ଚୋରି ହୋଇଥିବା ସାମଗ୍ରୀ ଜବତ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l
Popular Categories



