www.samajalive.in
Friday, December 12, 2025
14.1 C
Bhubaneswar

ଗୋଦାମ ଘରୁ ତାଲା ଭାଙ୍ଗି ଲୁଟ ମାମଲା, ଜଣେ ଗିରଫ

ଗୋପାଳପୁର: ଗୋଦାମ ଘରୁ ତାଲା ଭାଙ୍ଗି ଲୁଟ କରିଥିବା ମାମଲାରେ ସମ୍ପୃକ୍ତ ଅଭିଯୁକ୍ଗିତ ଜଣଙ୍କୁ ଗିରଫ କରି ପୁଲିସ ଆଜି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ନିୟୁ ନାରାୟଣପୁର ଓ ଡିଆରପି କୋଲନୀର ଗୋପାଳ ପ୍ରଧାନ ବୋଲି ପୁଲିସ କହିଛି l ଆର୍ମି ଏ. ଡ଼ି କଲେଜ ନିକଟରେ ଥିବା ଏକ ଗୋଦାମ ଘରରୁ ଦୁର୍ବତ୍ତ ମାନେ ତାଲା ଭାଙ୍ଗି କୋପର ୱାଇର, ରସ ସାମଗ୍ରୀ, କଂକରିଡ ଭଙ୍ଗା ମେସିନ, କାଠ କାଟିବା ମେସିନ, ଗ୍ରାଇଣ୍ଡେର, ଡ୍ରିଲ ମେସିନ ଆଦି ଚୋରି ହୋଇଥିବା ନେଇ କଣ୍ଟ୍ରାକ୍ଟର ରାଜ କୁମାର ଯୋଶୀ ଗୋପାଳପୁର ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୬୩/୨୩ ମାମଲା ରୁଜୁ କରି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ତଦନ୍ତକାରି ଅଫିସର ଏଏସଆଇ ବି. ତିରୁପତି ରାଓ ଘଟଣା ସ୍ଥଳକୁ ଯାଇ ସିସି ଫୁଟେଜରେ ଅଭିଯୁକ୍ତକୁ ଚିନ୍ନଟ କରି ଖୋଜା ଖୋଜି ଜାରି ରଖିଥିଲେ। ଆଜି ସକାଳେ ଅଭିଯୁକ୍ତ ଜଣକ ଡୁରା ଅଭିମୁଖେ ଯାଉଥିବା ବିଶେଷ ସୂତ୍ରରୁ ଖବର ପାଇଁ କାବୁ କରିଥିଲେ l ଥାନାକୁ ଆଣି ପଚରା ଉଚରା ପରେ ଅଭିଯୁକ୍ତ ଠାରୁ ଚୋରି ହୋଇଥିବା ସାମଗ୍ରୀ ଜବତ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories