www.samajalive.in
Friday, December 12, 2025
19.1 C
Bhubaneswar

ଗଞ୍ଜୁରେ ରାଜନୈତିକ ହିଂସା, ୬ ଅଟକ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁ ଗ୍ରାମରେ ଗୁରୁବାର ରାତି ୧୨ ବେଳେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ରାଜନୈତିକ ଶତ୍ରୁତା ଯୋଗୁ ଜଣେ ଯୁବକଙ୍କୁ କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣର ଶୀକାର ହୋଇଥିବା ଯୁବକ ଏବେ ମେଡ଼ିକାଲରେ ଚିକିତ୍ସିତ ହେଉଛି। ଏହି ମାମଲାରେ ସମ୍ପୃକ୍ତ ରହିଥିବା ୬ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ଏହାସହିତ ଏହି ଆକ୍ରମଣରେ ବ୍ୟବହୃତ ଗୋଟିଏ ମଟରସାଇକେଲ ଓ ଗୋଟିଏ କାତିକୁ ପୁଲିସ ଜବତ କରିଛି। ଏଥିରେ ତେର ଗଞ୍ଜୁର ତୋଫାନ ସେଠୀ ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ ତୋଫାନ ଏବଂ ତାଙ୍କର ଜଣେ ସାଙ୍ଗ ରାତି ୧୨ଟା ବେଳେ ତେର ଗଞ୍ଜୁ ଫେରୁଥିଲେ। ସେମାନଙ୍କୁ ଗଞ୍ଜୁ ରାସ୍ତାରେ କିଛି ଯୁବକ ଅଟକାଇଥିଲେ। ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ କାହିଁକି ସମର୍ଥନ କରୁଛୁ କହି ସେମାନଙ୍କ ସହ ଗଣ୍ଡଗୋଳ କରିଥିଲେ। ଏଥିନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।  ଏହି ସମୟରେ ଜଣେ ଯୁବକ ଏକ କାତି ସାହାଯ୍ୟରେ ତୋଫାନକୁ ଆକ୍ରମଣ କରିଥିଲା। ତୋଫାନ ନିଜର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ କାତି ଚୋଟ ହାତର ପାପୁଲିରେ ବାଜି ଯାଇଥିଲା। ତୋଫାନ ରକ୍ତାକ୍ତ ଅବସ୍ଥାରେ ପ୍ରାଣ ବିକଳରେ ସେଠାରୁ ଦୌଡି ପଳାଇବାରେ ସକ୍ଷମ ହୋଇଥିଲେ।

 

- Advertisement -

ଏହି ଘଟଣା ନେଇ ତୋଫାନ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୩୪/୨୨ରେ ଏକ ମାମଲା ରୁଜୁ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ରହିଥିବା ଆନନ୍ଦ ସେଠୀ, ଗଙ୍ଗା ସେଠ, ଗଙ୍ଗାଧର ସେଠୀ, ଶଙ୍କର ସେଠୀ, ମୁରଲୀ ସେଠୀ ଓ ପ୍ରମୋଦ ଦାସ ପ୍ରମୁଖଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କଠାରୁ ଗୋଟିଏ ମୋଟରସାଇକେଲ ଓ ଆକ୍ରମଣରେ ବ୍ୟବହୃତ ଗୋଟିଏ କାତିକୁ ଜବତ କରି ତଦନ୍ତ ଜାରି ରହିଥିବା ଆଇଆଇସି ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଗାଁରେ ସାମାନ୍ୟ ଉତ୍ତେଜନା ଲାଗି ରହିଥିବାବେଳେ ପୁଲିସ ପକ୍ଷରୁ କଡା ନଜର ରଖାଯାଇଛି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories