www.samajalive.in
Friday, December 12, 2025
17.1 C
Bhubaneswar

ଓଡିଶା ମୋ ପରିବାର ପକ୍ଷରୁ ଗୋପାଳପୁରରେ ରକ୍ତଦାନ ଶିବିର ଆୟୋଜିତ

ଗୋପାଳପୁର: ଗୋପାଳପୁର ଠାରେ ମୋ ଓଡିଶା ପରିବାର ପକ୍ଷରୁ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଯୁବ ସମାଜସେବୀ ଶିବ ପାତ୍ରଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବିରରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ।ଏହା ସହ ରାଜ୍ୟର ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଓଡିଶା ମୋ ପରିବାର ସଦା ସର୍ବଦା ନିଜର ପ୍ରଚେଷ୍ଟା ଜାରି ରଖିଛି, ଯାହାର ଫଳ ସ୍ୱରୂପ ବର୍ତ୍ତମାନ ସମସ୍ତ ରକ୍ତ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ଗଚ୍ଛିତ ହୋଇ ରହିଛି। ଯାହା ଫଳରେ ରୋଗୀକୁ ରକ୍ତର ଅଭାବ ପରିଲିକ୍ଷିତ ହେଉନାହିଁ। ସେହିପରି ରାଜ୍ୟରେ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିରମାନଙ୍କରେ ଯୁବପୀଢୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିବା ମତପୋଷଣ କରିଥିଲେ ଶ୍ରୀ ପଟ୍ଟନାୟକ।

ଆଜିର ଏହି ଅନୁଷ୍ଠିତ ରକ୍ତଦାନ ଶିବିରରରେ ସମ୍ମାନିତ ଅତିଥି ରୂପେ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା , ଜିଲ୍ଲା ଯୁବ ସଭାପତି ଭବାନୀ ସାହୁ, ମହିଳା ସଭାନେତ୍ରୀ ସଂଘମିତ୍ରା ଦଲେଇ, ବ୍ଲକ ବିଜେଡି ସଭାପତି ଅଜିତ ଦାଶ, ବିଜେଡି ନେତା ଜଗନ୍ନାଥ ସାବତ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଶ୍ରୀ ଦଲାଇ, ଦଣ୍ଡପାଣୀ ସାହୁ, ରାମହରୀ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲଲାଟ ଗୌଡ, ସୁବାସ ସାହୁ, ବି ରାଜେଶ, ବି କଲ୍ୟାଣ, ଚନ୍ଦନ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ୧୨୦ ୟୁନିଟ ରକ୍ତ ସଗୃହିତ ହୋଇଥିଲା। ରକ୍ତ ଭଣ୍ଡାରର ପ୍ରସନ୍ନ କୁମାର ରଥ, ପ୍ରଦୀପ କୁମାର ସୁବୁଦ୍ଧି, ସୁଶାନ୍ତ ପାଣିଗ୍ରାହୀ, କ୍ରିଷ୍ଣା ରେଡ୍ଡୀ, ରାମହରି ପଣ୍ଡା, ଲକ୍ଷ୍ମଣ ପଣ୍ଡା, ବସନ୍ତ ବେହେରା, ଲକ୍ଷ୍ମୀ ମାଝୀ ଓ ଅଜିତ କୁମାର ଡକୁଆ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।ଏହ ଶିବିରରୁ ୧୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସଭା ଶେଷରେ ରାମହରି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories