www.samajalive.in
Saturday, December 13, 2025
26.1 C
Bhubaneswar

୫ଶହ ଟଙ୍କାକୁ ଗୁରୁତ୍ୱପୂର୍ଣ୍ଣ ଭାବି ରାସ୍ତାରୁ ପାଇଥିବା ପର୍ସ ଫେରାଇଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ

ଗୋପାଳପୁର : ରାସ୍ତାରେ ପଡ଼ିଥିବା ଏକ ମନିପର୍ସକୁ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ ପାଇବା ପରେ ତାକୁ ନେଇ ଫେରାଇବା ଘଟଣା ସମାଜରେ ମାନବିକତା ମରି ନ ଥିବା ପ୍ରମାଣ କରୁଛି। ପର୍ସ ମଧ୍ୟରେ କେବଳ ୫ଶହ ଟଙ୍କାକୁ ମଧ୍ୟ ଶ୍ରୀ ପଣ୍ଡା ଗୁରୁତ୍ୱପୂର୍ଣ୍ଣ ଭାବି ଏହାକୁ ଫେରାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ରହ୍ମପୁର ଆମ୍ବପୁଆ ବାସିନ୍ଦା ଅବସରପ୍ରାପ୍ତ ନୌସେନା ଅଧିକାରୀ ଶୁଭେନ୍ଦୁ ଚନ୍ଦ୍ର ପଣ୍ଡା ଏକ ପର୍ସ ପାଇଥିଲେ। ପର୍ସରେଥିବା ସୂଚନା ମୁତାବକ ଏହା ସିଟି କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଙ୍କର  ଜାଣି ପାରିଥିଲେ।  ଶନିବାର ଶୁଭେନ୍ଦୁ  କଲେଜରେ ପହଞ୍ଚି କଲେଜ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ସାବତଙ୍କ ସହ ସାକ୍ଷାତ କରିବା ସହ ରୋହିତଙ୍କୁ ତାଙ୍କ ପର୍ସ ଫେରାଇଥିଲେ।

- Advertisement -

ସୂଚନା ଅନୁଯାୟୀ, ବ୍ରହ୍ମପୁର ସିଟି କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ରାଜନୀତି ବିଜ୍ଞାନ ଛାତ୍ର ରୋହିତ ବେହେରା  ଗତ ଶୁକ୍ରବାର ଦିନ  କଲେଜରୁ  ନିଜ ରୁମକୁ ଯିବା ରାସ୍ତାରେ ପର୍ସଟି କେଉଁଠି ହଜିଯାଇଥିଲା। ରୋହିତଙ୍କ ଘର ଦାରିଙ୍ଗବାଡି ଅଞ୍ଚଳର ହୋଇଥିବା ବେଳେ ପର୍ସରେ ଏହି ମାସର ଅବଶିଷ୍ଟ ଦିନର ଖର୍ଚ୍ଚ ନିମନ୍ତେ ୫ଶହ ଟଙ୍କା ରହିଥିବା ସହ କେତେକ ଦରକାରୀ କାଗଜ ପତ୍ର ରହିଥିଲା। ଏହି ପର୍ସ ହଜିବା ପରେ ରୋହିତ ବ୍ୟସ୍ତ ବିବ୍ରତ ହୋଇଯିବା ସହ ଖୋଜା ଖୋଜି କରିଥିଲେ ମଧ୍ୟ ଏହାକୁ ନ ପାଇ ମନଦୁଃଖରେ ଥିଲେ। କିନ୍ତୁ ଏହି ପର୍ସକୁ ଅବସରପ୍ରାପ୍ତ ନୌସେନା ଅଧିକାରୀ ଶୁଭେନ୍ଦୁ ଚନ୍ଦ୍ର ପଣ୍ଡା ପାଇବା ସହ ଏହା ସିଟି କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଙ୍କର ଜାଣିପାରି ଆଜି କଲେଜରେ ପହଞ୍ଚି କଲେଜ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ସାବତଙ୍କ ସହ ସାକ୍ଷାତ କରିବା ସହ ରୋହିତଙ୍କୁ ତାଙ୍କ ପର୍ସ ଫେରାଇ ଥିଲେ। ହଜିଥିବା ପର୍ସକୁ ପାଇ ରୋହିତ ଖୁସି ହେବା ସହ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories