ଗୁରୁଡିଝାଟିଆ: ମହାନ୍ ମୁକ୍ତି ସଂଗ୍ରାମୀ, ପ୍ରବୀଣ ସାମ୍ବାଦିକ, ରାଜନେତା,ସମାଜସେବୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୨୬ତମ ଶ୍ରାଦେ୍ଧାତ୍ସବ ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡଉଇନ ଆନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରାଦ୍ଧୋତ୍ସବରେ ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ତଥା ପ୍ରତିଷ୍ଠାନ ପରିଚାଳନା କମିଟିର ସଭାପତି ନିରଞ୍ଜନ ରଥ ଯୋଗଦେଇ କହିଥିଲେ, ରତ୍ନଗର୍ଭା ଆଠଗଡ ମାଟିର ସନ୍ତାନ ପଦ୍ମଭୂଷଣ ଡଃ ରାଧାନାଥ ରଥ ଯୋଗଜନ୍ମା ରାଜନୈତିକ ସନ୍ୟାସୀ ଥିଲେ। କ୍ଷମତାର ଶୀର୍ଷରେ ଥିଲେ ମଧ୍ୟ ସରଳ ଜୀବନ ଯାପକ, ଦୁଃଖି ମଣିଷର ହୃଦୟର ଭାଷା ଓ ଭାବକୁ ବୁଝି ସମାଜ ରିଲିଫ ମାଧ୍ୟମରେ ସହାୟତାର ହାତ ବଢାଇଥିଲେ। ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପଟ୍ଟଶିଷ୍ୟ ବାବୁଜୀ ରାଥାନାଥ ରଥ ଗୁରୁ ପ୍ରଦର୍ଶିତ ମାର୍ଗରେ ଜୀବନର ଶେଷ ପର୍ଯ୍ୟନ୍ତ ଗତି କରି ସମାଜକୁ ଏକ ଦ୍ରୁମରେ ପରିଣତ କରିଥିଲେ ବୋଲି ଶ୍ରୀ ରଥ କହିଥିଲେ। ଅ
ନୁଷ୍ଠାନର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର ଶ୍ରାଦେ୍ଧାତ୍ସବରେ ଯୋଗଦେଇ ବାବୁଜୀ ଥିଲେ ଅନୁଷ୍ଠାନ। ସେବା ତାଙ୍କର ଭୂଷଣ ଥିଲା। ପରିଣତ ବୟସରେ ମଧ୍ୟ ସମାଜସେବାରେ ନିଜକୁ ତଲ୍ଲିନ କରି ରଖିଥିଲେ ବୋଲି କହିଥିଲେ। ନର୍ସିଂ ଛାତ୍ରୀ ଜ୍ୟୋତିର୍ମୟୀ ବେହେରା ଓ ପ୍ରିୟସ୍ମିତା ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରାଦେ୍ଧାତ୍ସବରେ ମିତାଲି ବରାଳ, ପ୍ରିୟସ୍ମିତା ସ୍ୱାଇଁ, ଚିନୁଲତା ବାରିକ, ମୁକ୍ତି ଶତଭିଷା ପ୍ରମୁଖ ନର୍ସିଂ ଛାତ୍ରୀ ବାବୁଜୀ ରାଧାନାଥ ରଥଙ୍କ ଜୀବନାଦର୍ଶ, ବ୍ୟକ୍ତିସତ୍ତା ଆଜି ଯୁବ ସମାଜ ପାଇଁ ପ୍ରାସଙ୍ଗିକତା ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଅଧ୍ୟାପକ ଆକାଶଦୀପ ସାହୁ ,ପଲ୍ଲବୀ ଦେ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧ୍ୟାପକ ବିକ୍ରମ କେଶରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।



