www.samajalive.in
Wednesday, December 10, 2025
18.1 C
Bhubaneswar

କୃପାଜଳରେ ‘ଗୋପବନ୍ଧୁ ଜ୍ୟୋତି’କୁ ସମ୍ବର୍ଦ୍ଧନା

ପିପିଲି : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ସହ ତାଙ୍କ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ କରାଯିବା ନିମନ୍ତେ କୃପାଜଳ ଗୃପ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍ସର ଚେୟାରମ୍ୟାନ ଡ଼ଃ ଭବାନୀ ଚରଣ ରଥ ଦାବି କରିଛନ୍ତି।
‘ସମାଜ’ ଅନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପି ପରିକ୍ରମା କରୁଥିବା ‘ଗୋପବନ୍ଧୁ ଜ୍ୟୋତି’କୁ ଶୁକ୍ରବାର ପୂର୍ବାହ୍ନରେ କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜ ଠାରେ ସ୍ୱାଗତ କରାଯିବା ସହ ଉଚ୍ଛତ୍ସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। କୃପାଜଳ ଗୃପର ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନେ ‘ଗୋପବନ୍ଧୁ ଜ୍ୟୋତି’କୁ ଦର୍ଶନ କରିବା ସହ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ କୃପାଜଳ ଗୃପ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍ସର ଚେୟାରମ୍ୟାନ ଡ଼ଃ ଭବାନୀ ଚରଣ ରଥ ନିଜକୁ ସତ୍ୟବାଦୀ ପଞ୍ଚସଖା ମାନଙ୍କର ଅନ୍ୟତମ ସହଯୋଗୀ ଆଚାର୍ଯ୍ୟ ହରିହର ଦାସଙ୍କର ଦାୟଦ ହିସାବରେ ଗର୍ବ ଅନୁଭବ କରୁଥିବାର ପ୍ରକାଶ କରିବା ସହ ତାଙ୍କ ଜେଜେ ସ୍ୱର୍ଗତ ଇଶ୍ୱର ରଥ ଏବଂ ଜେଜେମା ସ୍ୱର୍ଗତା ନିଶାମଣି ଦେବୀ ସ୍ୱାଧିନତା ସଂଗ୍ରାମୀ ଥିଲେ ଏବଂ ପଞ୍ଚସଖାଙ୍କ ମଧ୍ୟରେ ଥିବା ଅଗ୍ରଜ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହିତ ମିଶି ସାକ୍ଷୀଗୋପାଳ ତଥା ପୁରୀର ଅନେକ ସ୍ଥାନରେ ସେବାକାର୍ଯ୍ୟ କରିଥିବାର ପ୍ରକାଶ କରିଥିଲେ। ସେ ଗୋପବନ୍ଧୁଙ୍କ ସେବା ଓ ତ୍ୟାଗପୂତ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃପାଜଳ ଗୃପ୍‍ର ଡାଇରେକ୍ଟର ବିଭୂତି ରଥ, କୃପାଜଳ ଇଞ୍ଜିନିୟରିଂ କଲେଜର ପ୍ରିନ୍ସିପାଲ ଡ଼ଃ ନିରଞ୍ଜନ ମିଶ୍ର, କୃପାଜଳ ଇଞ୍ଜିନିୟରିଂ ସ୍କୁଲର ପ୍ରିନ୍ସିପାଲ ଡ଼ଃ ରବିନ୍ଦ୍ର ମଲ୍ଲ, କୃପାଜଳ ମ୍ୟାନେଜମେଣ୍ଟ ଷ୍ଟଡିଜ୍‍ ର ପ୍ରିନ୍ସିପାଲ ଡ଼ଃ ତନ୍ମୟ ପ୍ରଧାନ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories