www.samajalive.in
Saturday, December 13, 2025
26.1 C
Bhubaneswar

ସମୟ ଅପଚୟ ସମସ୍ୟା ଦୂର କରିବ ଗୁଗୁଲ ମ୍ୟାପର ନୂଆ ଫିଚର

ନୂଆଦିଲ୍ଲୀ: ଗୁଗୁଲ ମ୍ୟାପର ନୂଆ ଫିଚର “ପପୁଲାର ଟାଇମ୍ସ’ ଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କ ଗନ୍ତବ୍ୟସ୍ଥଳରେ କେତେ ମାତ୍ରାରେ ଭିଡ଼ ଲାଗିଛି। ଏହା ଦ୍ୱାରା ଭିଡ଼ ନଥିବା ସମୟରେ ସେହି ସ୍ଥାନରେ ଯାଇ କାର୍ଯ୍ୟ ହାସଲ କରିବାରେ ସହାୟକ ହୋଇପାରିବ ଗୁଗୁଲ ମ୍ୟାପ। ଉଦାହରଣ ସ୍ୱରୂପ ଆପଣ ଯଦି କୌଣସି ରେସ୍ତାରା କିମ୍ବା କୌଣସି ବିଲ ପୈଠ କରିବାକୁ ଯାଉଛନ୍ତି ତେବେ ସେଠାକୁ ଯିବା ପୂର୍ବରୁ ଗୁଗୁଲ ମ୍ୟାପରେ ଉକ୍ତ ସ୍ଥାନକୁ ଖୋଜି ତା’ର ‘ପପୁଲାର ଟାଇମ୍ସ ଟ୍ୟାବ’କୁ କ୍ଲିକ କରନ୍ତୁ। ଏହି ପ୍ରକ୍ରିୟା ଦ୍ୱାରା ଆପଣ ସେଠାରେ କେତେ ମାତ୍ରାରେ ଭିଡ଼ ରହିଛି ଓ କେଉଁ ସମୟରେ ଏହା ସାଧାରଣତଃ ଫାଙ୍କା ରୁହେ ସେ ସମ୍ପର୍କରେ ଜାଣି ପାରିବେ। ଏହାଦ୍ୱାରା ଆପଣଙ୍କ ସମୟ ଅପଚୟ ହେବ ନାହିଁ।
ଆସନ୍ତୁ ଜାଣିବା ଗୁଗୁଲ ମ୍ୟାପ ଦ୍ୱାରା କିପରି ଜାଣିବେ ନିର୍ଦିଷ୍ଟ ସ୍ଥାନରେ କେଉଁ ସମୟରେ କେତେ ଭିଡ଼ ହୁଏ। ପ୍ରଥମେ ଗୁଗୁଲ ମ୍ୟାପ ଖୋଲନ୍ତୁ। କାର୍ଯ୍ୟାଳୟ, ହୋଟେଲ, ପେଟ୍ରୋଲ ପମ୍ପ, ଡାକ୍ତରଖାନା କିମ୍ବା ସିନେମା ଗୃହ ଆଦି ଆପଣଙ୍କ ଈପ୍‍ସିତ ଟାବ୍‍ ଉପରେ କ୍ଲିକ କରନ୍ତୁ। ଗୁଗୁଲ ମ୍ୟାପରେ ଉକ୍ତ ସ୍ଥାନର ସମ୍ପୂର୍ଣ୍ଣ ବିବରଣୀ ସ୍କ୍ରିନ ଉପରେ ଆସିଯିବ। ତଳେ “ଓଭରଭିଉ’ ଅପସନକୁ କ୍ଲିକ କରନ୍ତୁ। ଏହି ଅପସନର ତଳକୁ ସ୍କ୍ରଲ କଲେ ଆପଣଙ୍କୁ ପପୁଲାର ଟାଇମ ଦୃଶ୍ୟମାନ ହେବ। ଦିନ ତମାମ କେଉଁ ସମୟରେ ଏହି ସ୍ଥାନରେ ସବୁଠାରୁ କମ୍‍ ଭିଡ଼ ହୁଏ ଏହାର ଏକ ଗ୍ରାଫ ଦୃଶ୍ୟମାନ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories