www.samajalive.in
Saturday, December 13, 2025
26.1 C
Bhubaneswar

ହଂକଂରେ ‘ଗୁଡ୍ ନ୍ୟୁଜ୍’

# ଏବେ ଅଧିକାଂଶ ଭାରତୀୟ ଚଳଚ୍ଚିତ୍ର ବିଦେଶୀ ରାଇଜରେ ମୁକ୍ତିଲାଭ କରି ଉତ୍ତମ ବ୍ୟବସାୟ କରୁଛି। ଚୀନ୍, ଜାପାନ, ହଂକଂ, ଇଉରୋପ, ଆମେରିକା ଆଦି ରାଷ୍ଟ୍ରରେ ଏବେ ହିନ୍ଦୀ ଚଳଚ୍ଚିତ୍ରମାନ ମୁକ୍ତିଲାଭ କରି ବକ୍ସ ଅଫିସ୍‌ରେ ରେକର୍ଡ କରୁଥିବାର ଜଣାପଡ଼ିଛି। ଭାରତରେ ‘ଗୁଡ୍ ନ୍ୟୁଜ୍’ ଭଲ ବ୍ୟବସାୟ କରିବା ପରେ ଫେବୃଆରୀ ୧୩ରେ ଏହି ଚଳଚ୍ଚିତ୍ର ହଂକଂରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରର ଡବିଂ ହୋଇସାରିଥିବାବେଳେ ଫେବୃଆରୀ ଦ୍ବିତୀୟ ସପ୍ତାହରେ ଏଥିରେ ଅଭିନୟ କରିଥିବା ମୁଖ୍ୟ କଳାକାର ଅକ୍ଷୟ କୁମାର ଓ କରୀନା କପୁର ହଂକଂ ଯାତ୍ରା କରିପାରନ୍ତି। ୟୁନିଟ୍ ସଦସ୍ୟଙ୍କ ମତରେ ତାହା ବର୍ତ୍ତମାନ ସୁଦ୍ଧା ସ୍ଥିରୀକୃତ ହୋଇପାରିନାହିଁ। କାରଣ ଦୁଇଜଣଙ୍କର ସୁଟିଂ ଥିବାରୁ ସେମାନେ ସମ୍ମତି ଜଣାଇବା ପରେ ହିଁ କଥା ଆଗକୁ ବଢ଼ିବ। ଏହି ଚଳଚ୍ଚିତ୍ର ପୂର୍ବରୁ ଅକ୍ଷୟ କୁମାର ଅଭିନୀତ ‘ମିଶନ୍ ମଙ୍ଗଲ୍’ ମଧ୍ୟ ହଂକଂରେ ମୁକ୍ତିଲାଭ କରି ଭଲ ବ୍ୟବସାୟ କରିଥିବାର ଜଣାପଡ଼ିଛି। କରୀନା ଖୁବ୍ ଉତ୍ସାହିତ ଅଛନ୍ତି, କାରଣ ତାଙ୍କ ଅଭିନୀତ କୌଣସି ଚଳଚ୍ଚିତ୍ର ପ୍ରଥମଥର ହଂକଂରେ ମୁକ୍ତିଲାଭ କରିବାକୁ ଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories