ଭୁବନେଶ୍ୱର : ଗ୍ରାହକଙ୍କ ଏବେ ଆଶ୍ୱସ୍ତିକର ଖବର । କିଛି ଦିନ ହେବ ଲଗାତାର ସୁନା ଦର ହ୍ରାସ ପାଇବାରେ ଲାଗିଛି । ଜୁନ୍ ୨୮ ଅର୍ଥାତ୍ ଶନିବାର ପୁଣି କମିଛି ସୁନା ଦାମ୍ । ସୁନା ଦର ୧ ଲକ୍ଷ ଟଙ୍କା ହେବା ପରେ ଏଯାଏଁ ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୭,୪୨୦ ଟଙ୍କା ରହିଛି । ଗତକାଲି ୯୮,୦୨୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୩୦୦ ଟଙ୍କା ରହିଛି । ଗତକାଲି ୮୯,୮୫୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୩,୦୭୦ ଟଙ୍କା ରହିଛି । ଗତକାଲି ୭୩,୫୨୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ହ୍ରାସ ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୭୮୦ ଟଙ୍କା ରହିଛି । ଗତକାଲି ୧୧,୭୯୦ ଟଙ୍କା ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।
ଏହି ତାରିଖରେ ଜନ୍ମ ହେଲେ ଶନିଙ୍କ କୃପାରୁ ନିଶ୍ଚୟ ହୁଅନ୍ତି କୋଟିପତି, ୪୦ ବର୍ଷ ବୟସ ପରେ ଖାଲି ମିଳେ ସଫଳତା



