www.samajalive.in
Saturday, December 13, 2025
15.1 C
Bhubaneswar

ପରିବାରର ସବିଶେଷ ତଥ୍ୟ ଦିଅ, ନହେଲେ ଦରମା ନାହିଁ 

ଚଣ୍ଡିଗଡ଼ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟର ସରକାରୀ ଚାକରିଆଙ୍କ ପାଇଁ ଏକ ନୂଆ ନିର୍ଦେଶ ଜାରି କରିଛନ୍ତି। ଏଥିରେ ନିଜ ପରିବାରର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ କୁହାଯାଇଛି। ଏହାସହ ପରିବାରର ସବିଶେଷ ତଥ୍ୟ ପ୍ରଦାନ ନକଲେ ଦରମା ବନ୍ଦ କରିଦିଆଯିବ ବୋଲି ଚେତବାନୀ ଦିଆଯାଇଛି। ବିରୋଧୀ ଦଳ ଏହି ନିର୍ଦେଶକୁ ରାଜ୍ୟ କର୍ମଚାରୀ ବିରୋଧୀ ବୋଲି ଅଭିହିତ କରିଛି। ଚଳିତ ବର୍ଷ ଶେଷ ଆଡକୁ ରାଜ୍ୟରେ ନିର୍ବାଚନ ହେବାକୁ ଥିବାବେଳେ ସରକାର ଏଭଳି ନିର୍ଦେଶ ଦେଇଛନ୍ତି।

ହରିୟାଣା ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦେଶ ନାମା ଜାରି କରାଯାଇଛି। ୨୦୧୯ ଜୁଲାଇ ମାସର ଦରମା ପାଇଁ ରାଜ୍ୟର ସମସ୍ତ ନିୟମିତ ଓ ଠିକା କର୍ମଚାରୀ (ସରକାରୀ ବିଭାଗ, ବୋର୍ଡ-ନିଗମ, ବ୍ଲକ୍‍ ଏବଂ ପଞ୍ଚାୟତ, ସରକାରୀ କମ୍ପାନୀ, ସ୍କୁଲ ଏବଂ କଲେଜ)ଙ୍କୁ ପରିବାର ଲୋକଙ୍କ ପରିଚୟପତ୍ର (ସ୍ୱତନ୍ତ୍ର ପରିବାର କାର୍ଡ) କରାଇବାକୁ ପଡ଼ିବ। କାର୍ଡ କରାଇବା ପରେ କର୍ମଚାରୀଙ୍କୁ କୁହାଯାଇଥିବା ୱେବସାଇଟରେ ପରିବାର ସମ୍ପର୍କିତ ତଥ୍ୟ ଅପଲୋଡ କରିବାକୁ ପଡ଼ିବ। ଏଥିପାଇଁ ୨୦୧୯ ଜୁଲାଇ ୨୯ ପର୍ଯ୍ୟନ୍ତ ସମୟ ସୀମା ଦିଆଯାଇଛି।

- Advertisement -

ଦୁର୍ନୀତି ରୋକିବା ଏବଂ ସୁଶାସନ ଲାଗୁ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଉଠାଯାଇଛି ବୋଲି ହରିୟାଣା ସରକାରଙ୍କ ପକ୍ଷରୁ କୁହାଯାଇଛି। କୁହାଯାଉଛି ଯେ ଏହି ବ୍ୟବସ୍ଥାରେ ୫୦ ଲକ୍ଷରୁ ଅଧିକ ପରିବାରର ଏଭଳି ପରିଚୟ ପତ୍ର ପ୍ରସ୍ତୁତ କରାଯିବ। ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ ଖଟ୍ଟର ସରକାର ଏହାଦ୍ୱରା କର୍ମଚାରୀଙ୍କ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛନ୍ତି ଓ ଏହି ତଥ୍ୟକୁ ନିର୍ବାଚନରେ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories