www.samajalive.in
Saturday, December 13, 2025
26.1 C
Bhubaneswar

ଜାତୀୟ ସ୍ତରରେ ଆଦିବାସୀ ଛାତ୍ରୀଙ୍କ କୃତୀତ୍ବ

କଲମପୁର: ମିଳିତ ଜାତିସଂଘର ଭାରତ ଓ ଭୁଟାନର ମିଳିତ ଆନୁକୂଲ୍ୟରେ ଫାୟର୍ଗେଜ ଅନୁଷ୍ଠାନ ତରଫରୁ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଏକ ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ ଆୟୋଜନ କରାଯାଇଥିଲା । ଯାହାର ବିଷୟବସ୍ତୁ ଥିଲା ବିଦ୍ୟାଳୟ ପରିସରରେ ଜଳବାୟୁର କାର୍ଯ୍ୟ । ପ୍ରତିଯୋଗୀମାନଙ୍କୁ ୧୦ ଗୋଟି ଭିନ୍ନ ଭିନ୍ନ ବିଷୟରେ ନିଜ ମତ ରଖିବା ପାଇଁ ନିୟମରେ ଦର୍ଶାଯାଇଥିଲା । ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ୍ ଅନ୍ତର୍ଗତ କୁମୁଡାବାହାଲ ଗ୍ରାମ ବିକାଶ ଶିକ୍ଷା ନିକେତନର ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଜ୍ୟୋତି ପରାଭୋଇ ଅଂଶଗ୍ରହଣ କରି ପରିବେଶ ଅନୁକୂଳ ଉତ୍ପାଦନ ବିଷୟକୁ ଚୟନ କରିଥିଲେ । ଅନଲାଇନ ମାଧ୍ୟମରେ ନିଜର ପ୍ରକଳ୍ପ ସମ୍ବନ୍ଧରେ ଯୁକ୍ତି ସାପେକ୍ଷ ତଥ୍ୟ ଉପସ୍ଥାପନ କରି ଦେଶର ୨୫୦ ବିଦ୍ୟାଳୟର ୭୨୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ଚୟନ କର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ । ଏହି ପ୍ରତିଯୋଗିତାରେ ଜ୍ୟୋତି ସର୍ବ ଭାରତୀୟ ସ୍ତରରେ ହିନ୍ଦୀ ବିଭାଗରେ ଦ୍ବିତୀୟ ସ୍ଥାନ ଅଧିକାର କରି କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକ ପାଇଁ ଗୌରବ ଆଣିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories