www.samajalive.in
Saturday, December 6, 2025
19.1 C
Bhubaneswar

ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧ ବର୍ଷ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ : ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧ ବର୍ଷ ବୃଦ୍ଧି ପ୍ରସ୍ତାବକୁ ଆଜି କ୍ୟାବିନେଟ୍‍ ଅନୁମୋଦନ କରିଛି। ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ କନ୍ୟା ମାନଙ୍କର ଆଇନଗତ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଏହି ପ୍ରସ୍ତାବ ପାରିତ କରିଥିବା ନେଇ ସୂଚନା ମିଳିଛି।
ବିଦ୍ୟମାନ ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ପ୍ରସ୍ତାବ ଉପସ୍ଥାପନ କରିବେ। ୧୫ ଅଗଷ୍ଟ ୨୦୨୦ ରେ ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝିଅ ମାନଙ୍କର ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବା ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଝିଅମାନଙ୍କୁ କୁପୋଷଣରୁ ରକ୍ଷା କରିବା ପାଇଁ ସେମାନେ ଠିକ୍ ସମୟରେ ବିବାହ କରିବା ଆବଶ୍ୟକ ।
ପ୍ରଚଳିତ ନିୟମ ଅନୁଯାୟୀ, ଦେଶରେ ପୁରୁଷଙ୍କ ପାଇଁ ସର୍ବନିମ୍ନ ବୟସ ୨୧ ଏବଂ ମହିଳାମାନଙ୍କ ପାଇଁ ୧୮ ବର୍ଷ । କିନ୍ତୁ ସରକାର ବର୍ତ୍ତମାନ ମହିଳାଙ୍କୁ ସଶକ୍ତିକରଣ ପାଇଁ ବିବାହ ବୟସ ବୃଦ୍ଧି କରିବା ପାଇଁ ଚିନ୍ତା କରୁଛନ୍ତି। ବାଲ୍ୟ ବିବାହ ନିଷେଧ ଆଇନ, ସ୍ୱତନ୍ତ୍ର ବିବାହ ଆଇନ ଏବଂ ହିନ୍ଦୁ ବିବାହ ଆଇନରେ ସରକାର ସଂଶୋଧନ କରିବେ।
ଜୁନ୍ ୨୦୨୦ ରେ, ସରକାର ମଧ୍ୟ ଏହି ବିଷୟରେ ଏକ ଟାସ୍କଫୋର୍ସ ଗଠନ କରିଥିଲେ । ବିବାହର ବୟସ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଉପରେ ଟାସ୍କଫୋର୍ସ ଏହାର ରିପୋର୍ଟ ଦାଖଲ କରିଥିଲେ। ସମତା ପାର୍ଟିର ପୂର୍ବତନ ସଦସ୍ୟ ତଥା ଟାସ୍କଫୋର୍ସର ମୁଖ୍ୟ ଜୟା ଜେଟଲୀ ଏହାକୁ ସୁପାରିଶ କରିଥିଲେ। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏହି ପଦକ୍ଷେପ ଥିଲା ।
ଟାସ୍କଫୋର୍ସ କହିବା ଅନୁଯାୟୀ ପ୍ରଥମ ସନ୍ତାନ ପ୍ରସବ କରିବା ସମୟରେ ଝିଅ ମାନଙ୍କର ବୟସ ୨୧ ବର୍ଷ ହେବା ଉଚିତ୍। ବିବାହରେ ବିଳମ୍ବ ପରିବାର, ମହିଳା, ଶିଶୁ ଏବଂ ସମାଜର ଆର୍ଥିକ, ସାମାଜିକ ତଥା ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories