www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀରେ ଓମିକ୍ରନର ଆଉ ୪ ମାମଲା ; ଦେଶରେ ମୋଟ ସଂକ୍ରମିତ ୭୭

ନୂଆଦିଲ୍ଲୀ : ଦେଶରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବା ଦେଖାଯାଉଛି। ଗୁରୁବାର ରାଜଧାନୀ ଦିଲ୍ଲୀରେ ଆଉ ୪ଟି ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କରୋନାର ଓମିକ୍ରନ ଭାରିଆଣ୍ଟ ବର୍ତ୍ତମାନ ୧୧ ଟି ରାଜ୍ୟରେ ବ୍ୟାପିଛି। ଫଳରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୭୭ରେ ପହଞ୍ଚିଛି।
ବର୍ତ୍ତମାନ ଦିଲ୍ଲୀରେ ଓମିକ୍ରନ୍ ମାମଲା ୧୦ କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୧୦ ଜଣଙ୍କ ମଧ୍ୟରୁ ଜଣଙ୍କୁ ଡିସଚାର୍ଜ କରାଯାଇଛି ଏବଂ ନଅ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ନଥିବା ନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହି ସୂଚନା ଦେଇଛନ୍ତି।
ମହାରାଷ୍ଟ୍ର ହେଉଛି ଓମିକ୍ରନ୍ ଦ୍ୱାରା ସର୍ବାଧିକ ପ୍ରଭାବିତ ରାଜ୍ୟ, ଯେଉଁଠାରେ ଏପର୍ୟ୍ୟନ୍ତ ସମୁଦାୟ ୩୨ ଟି ମାମଲା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ୧୭ ଟି ମାମଲା ସହିତ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଗୁଜୁରାଟ (୪), କର୍ଣ୍ଣାଟକ (୩), କେରଳ (୫), ଆନ୍ଧ୍ରପ୍ରଦେଶ (୧), ତେଲେଙ୍ଗାନା (୨), ପଶ୍ଚିମବଙ୍ଗ (୧), ଚଣ୍ଡିଗଡ଼ (୧), ତାମିଲନାଡୁ (୧) ରହିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories