www.samajalive.in
Thursday, December 11, 2025
18.1 C
Bhubaneswar

କାଶ୍ମୀର ଯାଇପାରିଲେନି ଗୁଲାମ ନବୀ ଆଜାଦ, ଶ୍ରୀନଗର ବିମାନ ବନ୍ଦରରୁ ଫେରିଲେ ଦିଲ୍ଲୀ

ଶ୍ରୀନଗର : କାଶ୍ମୀର ଯାଉଥିବା କଂଗ୍ରେସ ସାଂସଦ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କୁ ଗୁରୁବାର ଶ୍ରୀନଗର ବିମାନ ବନ୍ଦରରେ ଅଟକାଇ ଦିଲ୍ଳୀ ଫେରାଇ ଦିଆଯାଇଛି। ତାଙ୍କ ସହ ଯାତ୍ରା କରୁଥିବା କାଶ୍ମୀର କଂଗ୍ରେସର ଅଧ୍ୟକ୍ଷ ଗୁଲାମ ଅହମଦ ମୀରଙ୍କୁ ମଧ୍ୟ ଦିଲ୍ଲୀ ଫେରିବାକୁ ପଡ଼ିଛି। ସୁରକ୍ଷା ଓ ୧୪୪ ଧାରା ଜାରି ରହିଥିବାରୁ ସେମାନଙ୍କୁ କାଶ୍ମୀରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି।

କୁହାଯାଉଥିଲା ଗୁଲାମ ନବୀ ଆଜାଦ କାଶ୍ମୀରରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଆଲୋଚନା କରିଥାନ୍ତେ। ମାତ୍ର ସେ ଶ୍ରୀନଗର ବିମାନ ବନ୍ଦରରୁ ଆଗକୁ ଯାଇପାରିନାହାନ୍ତି। ତେବେ ବୁଧବାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଜାମ୍ମୁ କାଶ୍ମୀରର ସୋପିଆନାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବିରିୟାନି ଖାଉଥିବାର ଭିଡିଓକୁ ନେଇ ଗୁଲାମ ନବୀ ଆଜାଦ ନିଜ ପ୍ରତିକ୍ରିୟା ରଖିଛିନ୍ତି। ଏହାକୁ ନେଇ ସେ କାଶ୍ମୀରବାସୀଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି। ଟଙ୍କା ଦେଇ କାଶ୍ମୀରବାସୀଙ୍କୁ କିଣା ଯାଇଛି ବୋଲି ସେ ପରୋକ୍ଷରେ କହିଛନ୍ତି।

- Advertisement -

ପ୍ରକାଶ ଯେ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ସହ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବାଣ୍ଟିବା ପରଠାରୁ ଅଜିତ ଡୋଭାଲ ଜାମ୍ମୁ କାଶ୍ମୀରରେ ଅଛନ୍ତି। ବୁଧବାର ଡୋଭାଲ କାଶ୍ମୀର ଲୋକଙ୍କ ସହ ବୁଲୁ ଥିବା ଏବଂ ବିରିୟାନି ଖାଉଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହାକ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ କଡ଼ା ସମାଲୋଚନା କରିବା ସହ ଅର୍ଥ ଦେଇ ତମେ କାହାକୁ କିଣିାପରିବ ବୋଲି କହିଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories