www.samajalive.in
Thursday, December 11, 2025
16.1 C
Bhubaneswar

କୁହୁଡି ଯୋଗୁଁ ଦୁଇ ଦୁଇଟି ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲା ଜୀବନ

ଘଣ୍ଟାପଡ଼ା: କିଛି ଦିନ ହେବ ଅଞ୍ଚଳରେ ଶୀତର ପ୍ରକୋପ ବଢିଛି ଏବଂ ଘନ କୁହୁଡି ଯୋଗୁଁ ରାସ୍ତାଘାଟ ଏକପ୍ରକାର ଅନ୍ଧାରୁଆ ଲାଗୁଛି। ସତର୍କ ହୋଇ ଯାତ୍ରା ନକଲେ ଦୁର୍ଘଟଣା ହେବା ସ୍ୱାଭାବିକ। ଘନ କୁହୁଡି ଯୋଗୁଁ କଣ୍ଟାମାଳ ବ୍ଲକ ଘଣ୍ଟାପଡା ଥାନା ଅନ୍ତର୍ଗତ ମଙ୍ଗଳା ଛକ ନିକଟରେ ଏକ ଟ୍ରକ ରାସ୍ତା ତଳକୁ ଖସି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଓ ହେଲପର ସୌଭାଗ୍ୟକ୍ରମେ ରକ୍ଷା ପାଇଯାଇଛନ୍ତି।

ସୂଚନାମତେ, ଶନିବାର ରାତିରେ ଏକ ଟ୍ରକ ୪୧ନଂ ରାଜ୍ୟ ରାଜପଥ ଦେଇ ଖୁଣ୍ଟିଗୋରା ପଟରୁ କଣ୍ଟାମାଳ ଦିଗକୁ ଯାଉଥିଲା। ଘନ କୁହୁଡି ଯୋଗୁଁ ରାସ୍ତା ଦେଖା ନ ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡିଟି ରାସ୍ତା ତଳକୁ ଖସି ଯାଇଥିଲେ ମଧ୍ୟ ସୌଭାଗ୍ୟବସତଃ ଦୁର୍ଘଟଣାରେ ଟ୍ରକ ଚାଳକ ଓ ହେଲପର ଉଭୟ ରକ୍ଷା ପାଇଯାଇଛନ୍ତି। ପୁଣି ସେହି ସ୍ଥାନରେ ଗୋଟିଏ ଡମ୍ପରକୁ ପଛରୁ ଅନ୍ୟ ଏକ ଡମ୍ପର ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି।

- Advertisement -

ସୂଚନାପ୍ରକାରେ, ଚିପ୍ସ ବୋଝେଇ ଦୁଇଟି ଡମ୍ପର କଣ୍ଟାମାଳ ପଟରୁ ଖୁଣ୍ଟିଗୋରା ଦିଗକୁ ଆଗପଛ ହୋଇ ଯାଉଥିଲେ। ପ୍ରାୟ ଭୋର ୪ଟା ସମୟରେ ଆଗରେ ଯାଉଥିବା ଡମ୍ପର ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଦେଖି ହଠାତ ଅଟକିଯିବାରୁ ପଛରେ ଆସୁଥିବା ଡମ୍ପର ଧକ୍କା ଦେଇଥିଲା। ଏନେଇ ଘଣ୍ଟାପଡା ଥାନାଧିକାରୀ ବଳଭଦ୍ର ଗଣ୍ଡାଙ୍କୁ ପଚାରିବାରୁ ଘଟଣାରେ କୌଣସି ବ୍ୟକ୍ତିଙ୍କର କ୍ଷତି ହୋଇନାହିଁ କିମ୍ବା ଏନେଇ ଅଭିଯୋଗ ହୋଇନାହିଁ ବୋଲି କହିଛନ୍ତି।

 

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories