www.samajalive.in
Wednesday, December 10, 2025
16.1 C
Bhubaneswar

ରାତି ପାହିଲେ ବଡ଼ଦିନ, ଉତ୍ସବ ପାଳନ ପାଇଁ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ବର: ରାତି ପାହିଲେ ବଡ ଦିନ। ଏହାକୁ ଧୁମଧାମରେ ପାଳନ କରିବା ପାଇଁ ଚାଲିଛି ବିଭିନ୍ନ ସ୍ଥାନରେ ପ୍ରସ୍ତୁତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଖ୍ରୀଷ୍ଟ ଧର୍ମୀଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ବରର ସବୁ ଚର୍ଚ୍ଚ ଆଗରେ ପୁଲିସ ମୁତୟନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ରଖାଯାଇଛି। ବଡ଼ଦିନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସନ୍ଧ୍ୟାରେ ଚର୍ଚ୍ଚରେ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହ ଚର୍ଚ୍ଚର ପାଳକ ଓ ଖ୍ରୀଷ୍ଟୟ ଉଦଯୋଗୀ ସମିତିର ସଦସ୍ୟମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କରିଛନ୍ତି । ବିଶ୍ୱାସ ଅନୁସାରେ ଠିକ ମଧ୍ୟରାତ୍ରିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିବେ ପ୍ରଭୁ ଯୀଶୁ । ଏହା ପରେ ଆରମ୍ଭ ହେବ ବଡ଼ ଦିନ ପାଇଁ ଶୁଭେଚ୍ଛାର ପର୍ବ ।

କଟକ ସୂତାହାଟରେ ଏକ ନିଆରା ଭାବେରେ ତିଆରି ହୋଇଛି ସାନ୍ତାକ୍ଲଜ। ୧୨ ହଜାର ପାନରେ ତିଆରି ହୋଇଛି ସାନ୍ତାକ୍ଲଜ। ୧୭ଶହ ବର୍ଗଫୁଟ ଗ୍ରୀନ ଫିଲ୍ଡରେ ଏହି ପାନପତ୍ରରେ ସାନ୍ତାକ୍ଲଜ କରିଛନ୍ତି କାର୍ପେଟ ଉପରେ ପାନ ପତ୍ର ଓ ଫେଭିକଲ ଦେଇ ଏହି ଆକର୍ଷଣୀୟ ସାନ୍ତା ତିଆରି କରିଛନ୍ତି।
ବଡ଼ଦିନ ପାଳନ ଏବଂ ଜିରୋ ନାଇଟ ସେଲବ୍ରେସନ ପାଇଁ କମିଶନରେଟ ପୁଲିସର ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂହଙ୍କ ସୂଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories