www.samajalive.in
Saturday, December 13, 2025
21.1 C
Bhubaneswar

୨୦୧୯- ମହାସଂଗ୍ରାମ ; କେଉଁ ରାଜ୍ୟରେ କେତେ ପର୍ଯ୍ୟାୟ​ରେ ନିର୍ବାଚନ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ବଗୁଲ ବାଜିଛି। ଏପ୍ରିଲ ମାସ ୧୧ତାରିଖଠାରୁ ମେ’ ମାସ ୧୯ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ସାରା ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

-କର୍ଣ୍ଣାଟକ, ମଣିପୁର, ରାଜସ୍ଥାନ ଓ ତ୍ରିପୁରାରେ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ।
-ଆସାମ ଓ ଛତିଶଗଡରେ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।
-ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡିଶାରେ ୪ଟି ପର୍ଯ୍ୟାୟରେ ଭୋଟ ନିଆଯିବ।
-ଜାମ୍ମୁ ଓ କାଶ୍ମୀରରେ ପାଞ୍ଚୋଟି ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।
-ତେବେ ପଶ୍ଚିମବଙ୍ଗ, ବିହାର ଓ ଉତ୍ତରପ୍ରଦେଶରେ ସାତୋଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ।

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ରବିବାର ସନ୍ଧ୍ୟାରେ ନିର୍ବାଚନ ତାରିଖ ସଂପର୍କରେ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ନିର୍ବାଚନ ତାରିଖ ଘୋଷଣା ସହ ଆଜିଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

- Advertisement -

ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ, ୧୮ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଓ ୨୩ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଏପ୍ରିଲ ୨୯ତାରିଖ ଦିନ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବ। ମେ’ ମାସ ୬ତାରିଖରେ ପଞ୍ଚମ ପର୍ଯ୍ୟାୟ ଏବଂ ୧୨ତାରିଖରେ ଷଷ୍ଠ ପର୍ଯ୍ୟାୟ ଓ ୧୯ତାରିଖରେ ଚୁଡାନ୍ତ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମେ ମାସ ୨୩ତାରିଖରେ ଭୋଟ ଗଣତି ସହିତ ଫଳାଫଳ ଘୋଷଣା କରାଯିବ।

ଶ୍ରୀ ଆରୋରା କହିଛନ୍ତି, ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ଜାନୁୟାରୀ ମାସରେ ସମୀକ୍ଷା ବୈଠକ ହୋଇଥିଲା। ଆଗାମୀ ଜୁନ ୩ତାରିଖରେ ଚଳିତ ଲୋକସଭାର କାର୍ଯ୍ୟକାଳ ଶେଷ ହେବ ବୋଲି ସେ କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories