www.samajalive.in
Saturday, December 6, 2025
19.1 C
Bhubaneswar

ଏସ୍‌ଟିଏଫର ଚଢଉ : ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରତ୍ନପଥର ଜବତ, ଜଣେ ଗିରଫ

ଭୁବନେଶ୍ୱର : ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ପ୍ରାୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ରନ୍ନପଥର ଜବତ କରିଛି। ଜବତ ହୋଇଥିବା ରନ୍ନ ପଥରର ଓଜନ ତିନି କୁଇଣ୍ଟାଲ ହେବ ବୋଲି ଜଣାପଡିଛି। ଏହି ରତ୍ନ ପଥର ଜବତ ହେବା ପରେ ବିଭିନ୍ନ ସ୍ଥାନରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ ଜାରି ରହିଛି । ଏହି ଘଟଣାରେ ସଂପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମୁଖ୍ୟତଃ ୩୦୨.୧୮ କିଲୋ ଓଜନର ରୁବି ଓ ପାନ୍ନା ଭଳି ଦାମୀ ପଥର ଜବତ ହୋଇଛି।

ମୂଲ୍ୟବାନ ରତ୍ନପଥର ଚୋରାଚାଲାଣ ହେଉଥିବାର ନେଇ ଏସ୍‌ଟିଏଫ୍‌ ଟିମ୍‌କୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଖବର ପାଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ କଳାହାଣ୍ଡି ଜିଲାର ଜୁନାଗଡରେ ଚଢାଉ  କରିଥିଲା। ଏହି ଚଢ଼ାଉ ସମୟରେ ତିନି କୁଇଣ୍ଟାଲର ରତ୍ନପଥ ଜବତ ହୋଇଛି। ରତ୍ନ ପଥର ଚୋରା କାରବାରରେ ସାମିଲ ଥିବା ଜଣେ ବ୍ୟବସାୟୀଙ୍କୁ ଏସ୍‌ଟିଏଫ୍‌ ଟିମ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ସୁଜିତ କୁମାର ମେହର। ସେ କଳାହାଣ୍ଡି ଜିଲା ଜୁନାଗଡ଼ର ପଳାଶରେ ବସବାସ କରୁଥିବା ରମେଶ ମେହେରଙ୍କ ପୁଅ ବୋଲି ଜଣାପଡ଼ିଛି। ରତ୍ନପଥର ଚୋରାଚାଲାଣର ଅଧିକ ସୂଚନା ପାଇଁ ଅଭିଯୁକ୍ତ ସୁଜିତ କୁମାର ମେହରଙ୍କୁ ପଚରା ଉଚୁରା କରାଯାଉଥିବା ଜଣାପଡିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories