www.samajalive.in
Saturday, December 13, 2025
26.1 C
Bhubaneswar

ଦ୍ବିତୀୟ ଟେଷ୍ଟରେ ପୃଥ୍ବୀ ସ’ଙ୍କ ବଦଳରେ ରାହୁଲଙ୍କୁ ଓପ୍‌ନିଂ କରାଇବା ସପକ୍ଷ​‌ରେ ଗାଭାସ୍କର

ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ପ୍ରଥମ ଟେଷ୍ଟରେ ପରାଜୟ ପରେ ଦୁଇ ଦଳ ମଧ୍ୟରେ ଆସନ୍ତା ୨୬ରୁ ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଭାରତୀୟ ଦଳରେ କେତେକ ପରିବର୍ତ୍ତନ ହେବା ନିଶ୍ଚିତ।
ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସରେ ଭାରତୀୟ ଓପନର୍‌ ପୃଥ୍ବୀ ସ’ ବିଫଳ ହୋଇଥିଲେ। ତେଣୁ ତାଙ୍କ ସ୍ଥାନରେ କେଏଲ୍‌ ରାହୁଲଙ୍କୁ ଦ୍ବିତୀୟ ଟେଷ୍ଟରେ ଓପନର୍‌ ଭାବେ ଖେଳାଯିବାକୁ ମତ ଦେଇଛନ୍ତି ପୂର୍ବତନ କ୍ରିକେଟର୍‌ ସୁନୀଲ ଗାଭାସ୍କର।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗାଭାସ୍କର କହିଥିଲେ ପ୍ରଥମ ଟେଷ୍ଟରେ ଯାହା ହେଲା ତାହାକୁ ପଛରେ ପକାଇ ଭାରତୀୟ ଦଳ ପରବର୍ତ୍ତୀ ଟେଷ୍ଟରେ କିପରି ଭଲ ପ୍ରଦର୍ଶନ କରିପାରିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଭାରତୀୟ କ୍ରିକେଟର୍‌ମାନେ ସକରାତ୍ମକ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇବା ଉଚିତ୍‌। ଯଦି ଭାରତୀୟ କ୍ରିକେଟର୍‌ମାନେ ସକରାତ୍ମକ ମନୋଭାବ ନେଇ ପଡ଼ିଆକୁ ନ ଓହ୍ଲାନ୍ତି ତେବେ ଭାରତ ୪-୦ରେ ଟେଷ୍ଟ ସିରିଜ୍ ହାରିବ।

- Advertisement -

ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଭାରତୀୟ ଦଳରେ କ’ଣ ପରିବର୍ତ୍ତନ ହେବ ବୋଲି ପ୍ରଶ୍ନର ଉତ୍ତରରେ ଗାଭାସ୍କର କହିଥିଲେ ପୃଥ୍ବୀ ସ’ ଓପନର୍‌ ଭାବେ ବିଫଳ ହୋଇଥିଲେ। ତାଙ୍କ ବ୍ୟାଟିଂ ଶୈଳୀରେ କିଛିଟା ଭୁଲ୍‌ ଥିବା ସ୍ପଷ୍ଟ। ତେଣୁ ତାଙ୍କୁ କିଛିଦିନ ବିଶ୍ରାମ ଦିଆଯିବା ଉଚିତ୍‌। ବ୍ୟାଟିଂରେ ସେ କ’ଣ ଭୁଲ୍‌ କରୁଛନ୍ତି ତାହା ବୁଝିବା ଏବଂ ଏଥିରେ କିପରି ପରିବର୍ତ୍ତନ ଅଣାଯାଇ ପାରିବ ସେ ନେଇ ପୃଥ୍ବୀଙ୍କୁ ସମୟ ଦିଆଯିବା ଉଚିତ୍‌।

ପୃଥ୍ବୀଙ୍କ ସ୍ଥାନରେ କେଏଲ୍‌ ରାହୁଲଙ୍କୁ ଭାରତୀୟ ଦଳର ଓପନର୍‌ ଭାବେ ଖେଳାଯିବା ଉଚିତ୍‌। ରାହୁଲ୍‌ ଜଣେ ପ୍ରତିଭାବାନ ବ୍ୟାଟସମ୍ୟାନ୍‌ ଏବଂ ତାଙ୍କ ନିକଟରେ ବିଦେଶ ମାଟିରେ କିପରି ବ୍ୟାଟିଂ କରିବାକୁ ହୁଏ ସେ ନେଇ ଅଭିଜ୍ଞତା ରହିଛି। ରାହୁଲ ଭାରତୀୟ ଦଳ ତରଫରୁ ବ୍ୟାଟିଂ ଓପନ୍‌ କଲେ ଦଳ ଲାଭରେ ରହିବ। ସେହିପରି ଯୁବ ବ୍ୟାଟସମ୍ୟାନ୍‌ ଶୁବମାନ୍‌ ଗିଲ୍‌ଙ୍କୁ ଦ୍ବିତୀୟ ଟେଷ୍ଟରେ ନିଶ୍ଚିତ ଭାବେ ଖେଳାଯିବା ଉଚିତ୍‌। ଶୁବମାନ୍ ଭାରତ ତରଫରୁ ୫ କିମ୍ବା ୬ନଂରେ ବ୍ୟାଟିଂ କରିପାରିବେ। ୱିକେଟରକ୍ଷକ ଭାବେ ଋଦ୍ଧିମାନ ଶାହାଙ୍କ ସ୍ଥାନରେ ଋଷଭ ପନ୍ତ୍‌ଙ୍କୁ ସାମିଲ କରାଯିବା ସପକ୍ଷରେ ମତ ଦେଇଛନ୍ତି ଗାଭାସ୍କର।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories