ମାହାଙ୍ଗା : ମାହାଙ୍ଗା ବ୍ଲକ ଅନ୍ତର୍ଗତ ବାଜପୁରା ପଞ୍ଚାୟତ ଶଶିଲୋ ଚକମଧୁପୁର ବଜାରରେ ଏକ ଚା’ ଦୋକାନରେ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟି ସେହି ଗ୍ରାମର ଶରତ ବେହେରା ନାମକ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଆଜି ଅପରାହ୍ନରେ ଶରତ ଚା’ ଦୋକାନରେ ଚା’ କରୁଥିବା ବେଳେ ହଠାତ୍ ପାଞ୍ଚ ଲିଟରିଆ ଗ୍ୟାସ ଟାଙ୍କି ରେ ନିଆଁ ଲାଗି ଫାଟି ଯାଇଥିଲା। ଟାଙ୍କି ନିଆଁ ରେ ଦୁଇ ବଖରା ଦୋକାନ ଘର ପୋଡ଼ି ଯାଇଥିବା ବେଳେ ଶରତଙ୍କ ମୁହଁ ହାତ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇ ପଡ଼ିଥିଲେ ତାଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ କୁଆଁପଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।



