ଗଞ୍ଜାମ ଜିଲ୍ଲାପାଳଙ୍କ ବଡ ନିଷ୍ପତ୍ତି, ବାହାରେ ଛେପ ପକାଇଲେ ଗଣିବେ ୫୦୦ ଟଙ୍କା ଜରିମାନା

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବଡ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶନାମା ଅନୁସାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କାର ଜରିମାନା ଏବଂ ମାସ୍କ , ଗାମୁଛା କିମ୍ବା ରୁମାଲ ନବାନ୍ଧି ବାହାରକୁ ଆସିଲେ ୨୦୦ ଟଙ୍କା ଜରିମାନା ଦେବାକୁ ପଡିବ । ସେହିପରି ଜିଲ୍ଲାରେ ଲୋକମାନେ ପରସ୍ପର ମଧ୍ୟରେ ଦୁଇ ମିଟର ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି। ଜିଲ୍ଲାର ପ୍ରମୁଖ ଅଧିକାରୀମାନଙ୍କୁ ଚିଠି ଲେଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସଚେତନ କରାଇବା ସହ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ କହିଛନ୍ତି।

Comments are closed.