ଲଣ୍ଡନ: ବୟସ୍କମାନଙ୍କ ପାଇଁ କରୋନା ଭୂତାଣୁ ପ୍ରାଣଘାତୀ ସାବ୍ୟସ୍ତ ହେଉଛି। ହେଲେ ଏହି ଯୁଦ୍ଧରେ କରୋନାକୁ ପରାଜିତ କରିଛନ୍ତି ୨ୟ ବିଶ୍ବଯୁଦ୍ଧର ଜଣେ ସୈନିକ। ୯୯ ବର୍ଷୀୟ ଏହି ପୂର୍ବତନ ସୈନିକ କରୋନା ମହାମାରୀ ସହ ଲଢ଼ି ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ତାଙ୍କ ନାମ ହେଉଛି ଆଲବର୍ଟ ଚାମ୍ବର୍ସ। ସେ ବ୍ରିଟିଶ ସେନାର ପୂର୍ବତନ ସୈନିକ। ୨ୟ ବିଶ୍ବଯୁଦ୍ଧ ସମୟରେ ସେ ଆଘାତପ୍ରାପ୍ତ ହେବା ସହିତ ନାଜି ବନ୍ଦୀ ଶିବିରରେ ୩ବର୍ଷ କାରାବାସ ଭୋଗିଥିଲେ। ନିକଟରେ ସେ କୋଭିଡ-୧୯ ଦ୍ବାରା ଆକ୍ରାନ୍ତ ହୋଇଥିଲେ। ଏହା ପରେ ତାଙ୍କୁ ଟିଖିଲ ରୋଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ନର୍ସମାନେ ତାଙ୍କୁ କରତାଳି ଦେଇ ବାହାରକୁ ଆଣିଥିଲେ। ଏହି ସମୟରେ ଆଲବର୍ଟ ହସ୍ପିଟାଲର ନର୍ସମାନଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରିଛନ୍ତି। ଆଲବର୍ଟ କୋଲ୍ଡଷ୍ଟ୍ରିମ ଗାର୍ଡ ସୈନିକ ଭାବେ କାର୍ଯ୍ୟ କରିବା ସହିତ ବଙ୍କିହାମ ପ୍ୟାଲେସର ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ।
Popular Categories



