www.samajalive.in
Monday, December 8, 2025
14.1 C
Bhubaneswar

କରୋନାକୁ ଡରନା: ଗଞ୍ଜାମ ଜିଲାରେ ଯୁଦ୍ଧ ଜିତିଲେ ୯୫ ବର୍ଷୀୟ ବୃଦ୍ଧ

ସୋରଡ଼ା: କରୋନାକୁ ମାତ ଦେଇଛନ୍ତି ଗଞ୍ଜାମ ଜିଲାର ଜଣେ ୯୫ ବର୍ଷୀୟ ବୃଦ୍ଧ। ଟାଟା କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସେ ଘରକୁ ଫେରିଛନ୍ତି। ଦୃଢ ମନୋବଳ ଓ ଠିକଣା ସମୟରେ ଚିକିତ୍ସା ସେବା ପାଇଲେ ଜଣେ କରୋନାକୁ ମାତ ଦେଇପାରିବ ବୋଲି କହିଛନ୍ତି ସୋରଡା ବ୍ଲକା ଚାକୁଣ୍ଡା ଗ୍ରାମର ୯୫ ବର୍ଷୀୟ ବୃଦ୍ଧ ଉଦୟନାଥ ବିଷୋୟୀ।
ସୂଚନା ମୁତାବକ ସୋରଡା ବ୍ଲକ ସରାବାଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାକୁଣ୍ଡା ଗ୍ରାମନିବାସୀ ଉଦୟ ନାଥ ବିଷୋୟୀ ଚଳିତ ମାସ ପ୍ରଥମାର୍ଦ୍ଧରେ ଥଣ୍ଡା ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗତ ୬ ତାରିଖରେ ତାଙ୍କର ସ୍ୱାବ୍‍ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ୯ ତାରିଖରେ ରିପୋର୍ଟରେ ପଜିଟିଭ୍‍ ଆସିବା ପରେ ତାଙ୍କୁ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍‍ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ସେ ୧୦ ଦିନ ଚିକିତ୍ସିତ ହେବା ପରେ ରବିବାର ଅପରାହ୍ନରେ ସୁସ୍ଥ ହୋଇ ନିଜ ଗ୍ରାମକୁ ଫେରିଛନ୍ତି। ସମୟାନୁବର୍ତ୍ତିତା ଓ ଦୃଢ ମନୋବଳ ଥିଲେ ରୋଗରୁ ମୁକ୍ତି ପାଇପାରିବ ବୋଲି କହିଛନ୍ତି ଉଦୟନାଥ । ସେ ବର୍ତ୍ତମାନ ସମ୍ପୁର୍ଣ୍ଣ ସୁସ୍ଥ ଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ସୁସ୍ଥ ହୋଇ ଘରକୁ ଫେରିବା ପରେ ଉଦୟନାଥଙ୍କୁ ସ୍ଥାନୀୟ ପ୍ରଶାସନ ଓ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି। ତିନି ପୁଅ, ଦୁଇ ଝିଅ ଏବଂ ସ୍ତ୍ରୀକୁ ନେଇ ତାଙ୍କର ସଂସାର। ଝିଅମାନେ ବାହା ହୋଇସାରିଥିବା ବେଳେ ପୁଅମାନେ ମଧ୍ୟ ପରିଣତ ବୟସରେ ପହଞ୍ଚି ସାରିଲେଣି।
ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହାର ମଧ୍ୟ ଖୁବ୍‍ ଭଲ ଅଛି। କିଛିଦିନ ତଳେ କନ୍ଧମାଳ ଜିଲା ରାଇକିଆ ବ୍ଳକ୍‍ ଇନ୍ଦ୍ରଗଡ଼ର ୮୧ ବର୍ଷୀୟ ବୃଦ୍ଧ ଗୋପୀନାଥ ଡାକୁଆ ଭୁବନେଶ୍ୱରର ଏକ କୋଭିଡ୍‍ କେୟାର୍‍ ସେଣ୍ଟରରୁ ସୁସ୍ଥ ହୋଇ ଫେରିଥିଲେ। ପରେ ପରେ କେନ୍ଦ୍ରାପଡ଼ା ଅଞ୍ଚଳର ସୁରେନ୍ଦ୍ର ପତି ନାମରେ ଆଉ ଜଣେ ୮୫ ବର୍ଷୀୟ ବୃଦ୍ଧ କରୋନା କେୟାର୍‍ ସେଣ୍ଟରରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories